X
Breaking News
ଦେଶ

ଅନ୍‌ଲାଇନ ଆପ୍‌ରୁ ଫିଲ୍ମ ଟିକେଟ କାଟିବାରେ ଏକ୍ସଟ୍ରା ଚାର୍ଜ ଦିଅନ୍ତୁ ନାହିଁ, ଜଣାପଡ଼ିଲା ସତ୍ୟତା

Courtesy: helogicalindian.com

ନୂଆଦିଲ୍ଲୀ: ପୂର୍ବରୁ ଫିଲ୍ମ ଦେଖିବା ପାଇଁ ଟିକେଟ୍‌ କାଟିବାକୁ ହେଲେ ହଲ୍‌ ଆଗରେ ଲମ୍ବା ଳାଇନ୍‌ ଲଗାଇବାକୁ ପଡ଼ୁଥିଲା । କିନ୍ତୁ ପରେପରେ ଇଣ୍ଟରନେଟ୍‌ ଯୁଗ ଆରମ୍ଭ ହୋଇଥିଲା । ଇଣ୍ଟରନେଟ୍‌ରେ ଟିକେଟ କାଟିବାକୁ ହେଲେ ଦେକାନୀ କିଛି ଚାର୍ଜ ମଧ୍ୟ ନେଉଥିଲା । ପରେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଭାରତୀୟ ବଜାରରେ ସ୍ମାର୍ଟ ଫୋନ୍‌ର ଦବଦବା ଆରମ୍ଭ ହୋଇଥିଲା ।

ବିଭିନ୍ନ ଆପ୍‌ ଏପରିକି ଫିଲ୍ମ ଟିକେଟ ଆପ ମଧ୍ୟ ଆସିଲା । ସେଥିମଧ୍ୟରୁ ‘ବୁକ୍‌ ମାଇଁ ଶୋ’ ବେଶ ଲୋକପ୍ରିୟତା ପାଇଛି  । ତେବେ ବୁକ୍‌ ମାଇଁ ଶୋରେ ଟିକେଟ୍‌ କାଟିବାକୁ ହେଲେ ୟୁଜରଙ୍କୁ ଏକ୍ସଟ୍ରା ଇଣ୍ଟରନେଟ୍‌ ଚାର୍ଜ ଦେବାକୁ ପଡ଼େ । କିନ୍ତୁ କୌଣସି ଅନ୍‌ଲାଇନ୍‌ ସାଇଟ କିମ୍ବା କୌଣସି ମୋବାଇଲ ଆପ୍‌ରୁ ଫିଲ୍ମ ଟିକେଟ କଲେ ଏବେ ଏକ୍ସଟ୍ରା ଚାର୍ଜ ଦେବାକୁ ପଡ଼ିବନି । ଗୋଟିଏ ଆରଟିଆଇ ଆବେଦନ ଉପରେ ରାୟ ଦେଇ ଏହା ସ୍ପଷ୍ଟ କରିଛି ଆରବିଆଇ ।

ତେବେ ଏନେଇ ବୁକ୍‌ ମାଇଁ ଶୋ, ପିଭିଆର ଏବଂ ସୂଚନା ପ୍ରଜୁକ୍ତିବିଦ୍ୟା ବିଭାଗ ବିରୋଧରେ ହାଇଦ୍ରାବାଦ କନ୍‌ଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଛି । ଯାହାର ଶୁଣାଣି ମାର୍ଚ୍ଚ 23 ରେ ହୋଇପାରେ ।

Courtesy: helogicalindian.com

 

ଏକ ଆରଟିଆଇ ଉପରେ ମନ୍ତବ୍ୟ ଦେଇ ଆରବିଆଇ କହିଛି ଯେଉଁମାନେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଫିଲ୍ମ ଟିକେଟ କାଟୁଛନ୍ତି, ସେମାନେ ଇଣ୍ଟରନେଟ ହ୍ୟାଣ୍ଡଲିଂ ଫି ଦେବାର କୌଣସି ନିୟମ ନାହିଁ । ଏହା ଆରବିଆଇର ମରଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମଡିଆର) ନିୟନ୍ତ୍ରଣର ଉଲଂଘନ ।

ଜଣେ ଗ୍ରାହକ ଡେବିଟ୍‌ କାର୍ଡ କିମ୍ବା କ୍ରେଡିଟ୍‌ କାର୍ଡରେ ଅନଲାଇନ୍‌ ଆପ୍‌ ମାଧ୍ୟମରେ ଫିଲ୍ମ ଟିକେଟ କାଟିଲେ ସେହି ଆପ୍‌ ବ୍ୟାଙ୍କକୁ ଏମଡିଆର ଦେଇଥାଏ । କିନ୍ତୁ ଏହି ଏମଡିଆର ଜଣେ ଗ୍ରାହକ ବ୍ୟାଙ୍କକୁ ଦେବାର ନିୟମ ନାହିଁ । ଯାହାକି ଅନ୍‌ଲାଇନ୍‌ ଆପ୍‌ ଗ୍ରାହକଙ୍କୁ ଇଣ୍ଟରନେଟ୍‌ ହ୍ୟାଣ୍ଡଲିଂ ଚାର୍ଜ ନାଁରେ ଠକି ନେଇଥାଏ ।

ତେବେ ଏପରି ଠକେଇରେ ଶିକାର ହେଲେ ଏହି https://rbi.org.in/scripts/complaints.aspx. ଲିଙ୍କରେ ଅଭିଯୋଗ କରିପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top