X
Breaking News
ଦେଶ

ଦେଶର ପ୍ରଥମ ମାମଲା: ପ୍ରେମିକାଙ୍କ ପାଇଁ ବ୍ୟବସାୟୀ କଲେ ଏଭଳି ପ୍ଲାନ୍, ଭୋଗିଲେ ଆଜୀବନ କାରାଦଣ୍ଡ ସହ ୫ କୋଟି ଜରିମାନା

supreme court

ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବିମାନ ଅପହରଣ ଧମକ ଦେବା ମହଙ୍ଗା ପଡିଛି । ମଙ୍ଗଳବାର ଦିନ ଏନ.ଆଇ.ଏ ର ସ୍ପେଶାଲ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହିତ ପାଞ୍ଚ କୋଟି ଟଙ୍କାର ଜରିମାନା ଦଣ୍ଡ ଦେଇଛନ୍ତି ।  ବ୍ୟବସାୟୀ ବିରଜୁ ସଲ୍ଲା 30 ଅକ୍ଟୋବର 2017 ରେ ଜେଟ୍ ଏୟାରବେଜର ମୁମ୍ବାଇ-ଦୀଲ୍ଲି ବିମାନ ପାଇଖାନାର ଟିସୁ ପେପରରେ ଅପହରଣ ନୋଟ ଲେଖି ଛାଡିଯାଇଥିଲେ ।

ଏହି ନୋଟରେ ଲେଖା ଥିଲା, ବିମାନକୁ ପିଓକେ ନିଆଯାଉ । କୋର୍ଟ ଆଣ୍ଟି ହାଇଜାକିଂ ଆକ୍ଟ 2016 ଅନୁସାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମଙ୍ଗଳବାର ଶୁଣାଣି ସମୟରେ ବିଚାରପତି କେ ଏମ ଦବେ କହିଛନ୍ତି, ସଲ୍ଲା ଦେଉଥିବା ଜରିମାନା ରାଶି ବିମାନ ଚାଳକ ଦଳ ଏବଂ ଯାତ୍ରୀମାନଙ୍କ ମଧ୍ୟରେ ବଣ୍ଟାଯିବ । ପାଇଲଟ ଓ ସହପାଇଲଟଙ୍କୁ ଏକ ଲକ୍ଷ ଲେଖାଏଁ, ହୋଷ୍ଟଙ୍କୁ ପଚାଶ ହଜାର ଏବଂ ସମସ୍ତ ଯାତ୍ରୀଙ୍କୁ ପଚିଶ ହଜାର ଲେଖାଏଁ କ୍ଷତିପୁରଣ ମିଳିବ ।

ଏହା ଦେଶର ପ୍ରଥମ ମାମଲା

ଉକ୍ତ ଘଟଣା ପରେ ସଲ୍ଲାଙ୍କୁ ‘‘ନ୍ୟାଶନାଲ ନୋ ଫ୍ଲାଇ’’ ଲିଷ୍ଟରେ ରଖାଯିବା ସହିତ ତାଙ୍କ ବିରୁଦ୍ଧରେ ଆଣ୍ଟି ହାଇଜାକିଙ୍ଗ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଥିଲା  । ସଲ୍ଲା ଦେଶର ପ୍ରଥମ ବ୍ୟକ୍ତି ଯାହାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗାର୍ଲଫ୍ରେଣ୍ଡଙ୍କୁ ମୁମ୍ବାଇ ଫେରାଇ ଆଣିବାକୁ ଚାହୁଁଥିଲେ

ସଲ୍ଲା ଦୋଷ ସ୍ୱୀକାର କରି କହିଥିଲେ ଯେ, ନିଜ ଗାର୍ଲଫ୍ରେଣ୍ଡକୁ ମୁମ୍ବାଇ ଫେରାଇ ଆଣିବା ପାଇଁ ସେ ଏହା  କରିଥିଲେ । ସେ ଚାହୁଁଥଲେ, ଏହି ଧମକ ପରେ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ବନ୍ଦ ହୋଇଯାଉ ଏବଂ ସେଠାରେ କାର୍ଯ୍ୟରତ ତାଙ୍କ ଗାର୍ଲଫ୍ରେଣ୍ଡ ମୁମ୍ବାଇ ଫେରିଯାଉ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top