X
Breaking News
ଟେକ୍ନୋଲୋଜି

Paytmର ସ୍ପଷ୍ଟୀକରଣ: ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବନି ଅଧିକ ଶୁଳ୍କ

Paytm

ନୂଆଦିଲ୍ଲୀ: ଯଦି ଆପଣ ଡିଜିଟାଲ ଓ୍ୱାଲେଟ୍ ପେଟିଏମ୍‌ର ଉପଭୋକ୍ତା, ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ପେଟିଏମ୍ ଜୁଲାଇ 1ରୁ ଅର୍ଥାତ୍ ଆଜିଠାରୁ ଡିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଥିବା ଗଣମାଧ୍ୟମରେ ଖବର ଚାଲିଥିଲା । ତେବେ ଏଭଳି ଖବର ପ୍ରସାରିତ ହେବାପରେ ପେଟିଏମ୍ ୟୁଜର୍ସଙ୍କ ଚିନ୍ତା ବଢିଯାଇଥିଲା । କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଏଭଳି ଚିନ୍ତା ବଢାଇଲା ଭଳି ଖବରକୁ ଖଣ୍ଡନ କରିଛି ପେଟିଏମ୍ ।

ସୂଚନା ଯେ, ପେଟିଏମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିନା କୌଣସି ଶୁଳ୍କରେ ସମସ୍ତ ସେବାର ଲାଭ ଉଠାଇପାରିବେ ପେଟିଏମ୍ ଗ୍ରାହକ । ପେଟିଏମ୍ ଆପ୍ ବା ପେମେଣ୍ଟ ଗେଟ୍‌ଓ୍ୱେର ଯେକୌଣସି ବ୍ୟବହାର କଲେ ଗ୍ରାହକଙ୍କୁ କୌଣସୁ ଶୁଳ୍ପ ଦେବାକୁ ପଡିବନି । ଅର୍ଥାତ୍ କାର୍ଡ, ୟୁପିଆଇ, ନେଟ୍ ବ୍ୟାକିଂ ଏବଂ ଇ ଓ୍ୱାଲେଟ୍ ଜରିଆରେ ଲେଣଦେଣ କଲେ ପେଟିଏମ୍ ଗ୍ରାହକଙ୍କଠାରୁ ଅଧିକ ଚାର୍ଜ କରିବନି ।

ପ୍ରକାଶ ଥାଉ କି, ଖବର ପ୍ରସାର ହେଉଥିଲା ଯେ, ପେଟିଏମ୍ ଜୁଲାଇ 1ରୁ ନିଜ ଗ୍ରାହକଙ୍କ ଉପରେ ଅଧିକ ଚାର୍ଜ ପକାଇ ବୋଝ ଲଦିବାକୁ ଯାଉଛି । ବ୍ୟାଙ୍କ୍ ଓ ବିଭିନ୍ନ ଏଟିଏମ୍ କାର୍ଡ କମ୍ପାନୀ ଏମ୍‌ଡିଆର ପ୍ରତିଟି ଡିଜିଟାଲ ଡିସକାଉଣ୍ଟ ଉପରେ ନେଇଥାନ୍ତି । ତେବେ ପୂର୍ବରୁ ପେଟିଏମ୍ ଏମ୍‌ଡିଆର ନେଉନଥିବା ବେଳେ ଜୁଲାଇ 1ରୁ କମ୍ପାନୀ ଗ୍ରାହକଙ୍କଠାରୁ ଏହି ଶୁଳ୍କ ନେବ ବୋଲି ଖବର ପ୍ରସାରିତ ହେଉଥିଲା । ତେବେ ଏଭଳି ଖବରକୁ ପେଟିଏମ୍ ଖଣ୍ଡନ କରି ଗ୍ରାହକଙ୍କ ଚିନ୍ତା କମାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top