X
Breaking News
  • ରାଜ୍ୟର ୬୩ କେନ୍ଦ୍ରରେ ଏକାସମୟରେ ଚାଲିଛି ଗଣତି
  • ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନରେ ଚାଲିଛି ଗଣତି
  • ଆରମ୍ଭ ହେଲା ଭୋଟ୍‌ ଗଣତି
ଦେଶ

‘ସାର୍‌ ନୁହେଁ, ପ୍ଳିଜ୍‌ କଲ୍‌ ମି ରାହୁଲ’: ଭିଡିଓ ଭାଇରାଲ

ଚେନ୍ନାଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚେନ୍ନାଇ ଷ୍ଟେଲା ମୋରିସ୍‌ କଲେଜର ଛାତ୍ରଛାତ୍ରୀଙ୍କ ସହ କଥା ହେଉଥିଲେ । ଏହି ସମୟରେ ଜଣେ ଛାତ୍ରୀ ରାହୁଲଙ୍କୁ ପ୍ରଶ୍ନ ପଚାରିବାକୁ ଯାଇ ‘ସାର୍‌’ ବୋଲି ସମ୍ବୋଧନ କରିଥିଲେ । ସେତେବେଳେ ଷ୍ଟେଜ୍‌ରୁ ରାହୁଲ କହିଥିଲେ, କ୍ୟାନ୍‌ ୟୁ କଲ୍‌ ମି ରାହୁଲ ଇନଷ୍ଟେଡ୍‌ ଅଫ ସାର୍‌ (ମୋତେ ସାର୍‌ ପରିବର୍ତ୍ତେ ରାହୁଲ ଡାକିପାରିବ କି) । ରାହୁଲ ଗାନ୍ଧିଙ୍କ ଏପରି କଥା ଶୁଣି ଉପସ୍ଥିତ ଛାତ୍ରଛାତ୍ରୀ ଜୋରରେ ହସିବାକୁ ଲାଗିଥିଲେ । ପ୍ରଶ୍ନ ପଚାରୁଥିବା ଛାତ୍ରୀ ଜଣଙ୍କ ଲାଜ କରିବା ସହ ପୁଣି ଥରେ ରାହୁଲ ବୋଲି ସମ୍ବୋଧନ କରି ନିଜ ପ୍ରଶ୍ନ ପଚାରିଥିଲେ । ଦେଖନ୍ତୁ ଭିଡିଓ….


 

Click to comment

Leave a Reply

Your email address will not be published. Required fields are marked *

Most Popular

To Top