X
Breaking News
ଦେଶ

ଆକ୍ସନ ମୋଡ୍‌ରେ ଗୃହମନ୍ତ୍ରୀ ଶାହ: ଭୟଭୀତ ହେଲା ଆତଙ୍କୀ, ବିଚ୍ଛିନ୍ନତାବାଦୀ, ଲସ୍କର ଆତଙ୍କୀଙ୍କୁ ନେଇ ISIର ନୂଆ ଟିମ୍

Amit

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ହେବା ପରେ ଆକ୍ସନ ମୋଡ୍‌ରେ ଅମିତ ଶାହ । ଏନେଇ ଥରହର ଆଇଏସ୍‌ଆଇ । ଶାହଙ୍କ ତଦନ୍ତରେ ଭୟଭୀତ ହୋଇ ଆଇଏସ୍‌ଆଇ ଜମ୍ମୁ-କଶ୍ମୀରର କିଛି ବିଚ୍ଛିନ୍ନତାବାଦୀଙ୍କୁ ନେଇ ଏକ ନୂଆ ଟିମ୍ ପ୍ରସ୍ତୁତ କରିଛି । ଆଇଏସ୍‌ଆଇ ନିଜର ଶକ୍ତି ବୃଦ୍ଧି କରିବା ଲାଗି କଶ୍ମୀରର ବିଚ୍ଛନତାବାଦୀଙ୍କୁ ଏକଠି କରୁଥିବା ସୂଚନା ମିଳିଛି ।

ଜମ୍ମୁ କାଶ୍କୀରରେ ଥିବା ଭାରତୀୟ ସେନା ଓ ସୁରକ୍ଷାବଳୟକୁ ନଷ୍ଟ ଓ ଦୁର୍ବଳ କରିବା ପାଇଁ ଏହି ନୂଆ ଟିମ୍ ଗଠନ କରିଛି ଆଇଏସ୍‌ଆଇ । ସେପଟେ ଗୃହମନ୍ତ୍ରୀ ଭାବେ ଶପଥ ନେବା ପରେ ଜମ୍ମୁ-କଶ୍ମୀର ଶାହଙ୍କ ଫୋକସ୍‌ରେ ରହିଛି । ମୋଦି ପାର୍ଟ 2 ସରକାରରେ ଆତଙ୍କବାଦୀଙ୍କ କ୍ଷେତ୍ରରେ ଜିରୋ ଟଲୋରାନ୍ସ ନୀତି ଜାରି କରାଯାଇଛି  ।

ସୂତ୍ର ଅନୁସାରେ, ଏହି ନୂତନ ଟିମ୍‌ରେ ଇରଶାଦ୍ ଅହମ୍ମଦ ମାଲିକକୁ ସଭାପତି କରାଯାଇଛି । ସୂଚନା ଯେ, ଏହି ଇରଶାଦ୍ ଲସ୍କର-ଏ-ତୋଇବାର ଆତଙ୍କୀ ଭାବେ ପୂର୍ବରୁ କାର୍ଯ୍ୟ କରିସାରିଛି । ଏହି ନୂଆ ଟିମ୍‌ରେ ଲସ୍କରର ଆତଙ୍କୀଙ୍କୁ ବି ସାମିଲ କରାଯାଇଛି । ତେବେ କଶ୍ମୀର ବିଚ୍ଛିନ୍ନତାବାଦୀ, ଲସ୍କରର ଆତଙ୍କୀଙ୍କୁ ନେଇ ଆଇଏସ୍‌ଆଇର ଏହି ନୂଆ ଟିମ୍ ଭାରତୀୟ ସୈନ୍ୟ ଓ ସୁରକ୍ଷାବଳଙ୍କ ବିରୁଦ୍ଧରେ ଟାର୍ଗେଟ୍ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top