X
Breaking News
ଜୀବନ ମନ୍ତ୍ର

ବାବା କେଦାରନାଥଙ୍କ ପୂଜାର୍ଚ୍ଚନା ପରେ ନବ ନିର୍ମିତ ଗୁମ୍ଫାରେ ଧ୍ୟାନରେ ନମୋ, ଏମିତି ରହିଛି ୧୯ର କାର୍ଯ୍ୟକ୍ରମ

Courtesy: www.punjabkesari.in

ନୂଆଦିଲ୍ଲୀ: ସରିଛି ନିର୍ବାଚନ ପ୍ରଚାର । ଆସନ୍ତାକାଲି ଶେଷ ମତଦାନ । ପାଞ୍ଚ ବର୍ଷର ଉପଲବ୍ଧିକୁ ନେଇ ମୋଦି ପୁଣି ସତ୍ତାକୁ ଆସିବେ କି ନାହିଁ ମେ’23ରେ ଜଣାପଡ଼ିବ । ଏହାରି ଭିତରେ ନିର୍ବାଚନ ପ୍ରଚାର ଶେଷ କରି ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭଗବାନ ଶିବଙ୍କ ଆରାଧନା କରି ମନକୁ ଟିକିଏ ଶାନ୍ତି ଦେବାକୁ କେଦାରନାଥରେ ପହଞ୍ଚି ପୂଜାର୍ଚ୍ଚନା କରୁଛନ୍ତି ନମୋ ।

ଅନେକ ସମୟ ଧରି ବାବା କେଦାରନାଥଙ୍କ ପୂଜା କରିଛନ୍ତି  । ମୁଣ୍ଡରେ ଚନ୍ଦନ ବେକରେ ମାଳି ପିନ୍ଧି ଶିବଙ୍କ ଆରାଧନାରେ ମଗ୍ନ ଥିଲେ ମୋଦି । କେବଳ ସେତିକି ନୁହେଁ ଇଶ୍ୱର ବିଶ୍ୱାସୀ ମୋଦି କେଦାରନାଥରେ ନିର୍ମିତ ହୋଇଥିବା ଗୁମ୍ଫାରେ ଧ୍ୟାନରେ ବସିବେ । ସମୂଦ୍ର ତଟରୁ 11,700 ଫୁଟ ଉଚ୍ଚରେ ଥିବା ଏଗାରତମ ଜୋର୍ତିଲିଙ୍ଗ କେଦାରନାଥରେ ମୋଦିଙ୍କୁ ଦେଖି ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉତ୍ସାହ  । କେଦାରନାଥ ମନ୍ଦିର ପରିସରରୁ ନବନିର୍ମିତ ଗୁମ୍ଫାର ଉଚ୍ଚତା ପାଖାପାଖି ଦେଢ କିଲୋମିଟର । ଯଦିଓ ଆଜି କେଦାରନାଥ ଏବଂ ବଦ୍ରିନାଥରେ ବର୍ଷା ହେବାର ସମ୍ଭାବନା ଅଛି କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉପରେ କିଛି ପ୍ରଭାବ ପଡ଼ିବନି ।

ସୂଚନାଯୋଗ୍ୟ, 2017ରେ ଯେତେବେଳେ କେଦାରନାଥଙ୍କ ଦ୍ୱାର ଖୋଲିଥିଲା ପ୍ରଥମ ଭକ୍ତ ଭାବେ ମୋଦି ସେଠାରେ ପହଞ୍ଚିଥିଲେ । କେଦାରନାଥଙ୍କ ପୂଜା କରିବା ସହ ରୁଦ୍ରାଭିଷେକ ମଧ୍ୟ କରିଥିଲେ ନମୋ । 2013ରେ କେଦାରନାଥ ମନ୍ଦିର ଉପରେ ଆସିଥିବା ବିପଦର ମୁକାବିଲା କରିବା ପାଇଁ ମୋଦି ଦାୟିତ୍ୱ ନେଇଥିଲେ । ଏହାପରେ କେଦାରନାଥ ଗୁମ୍ଫାର ପୁନଃନିର୍ମାଣ ପାଇଁ ମୋଦି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ପୂର୍ବବର୍ଷ ଗୁମ୍ଫା ତିଆରି ସମ୍ପୂର୍ଣ୍ଣ ହୋଇଛି । ଏହି ବର୍ଷ ମହାରାଷ୍ଟ୍ରର ଜୟ ଶାହଙ୍କ ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଭକ୍ତ ଭାବେ ଏହି ଗୁମ୍ପାରେ ରହିବେ ।

19 ମେ’ରେ ମୋଦିଙ୍କ କାର୍ଯ୍ୟକ୍ରମ

ସକାଳ 7ରେ କେଦାରନାଥ ମନ୍ଦିରକୁ ଫେରିବେ

ସକାଳ 8ରେ ଦର୍ଶନ

8.30ରେ ସେଫ ହାଉସ୍‌

8.30ରେ କେଦାରନାଥ ହେଲିପ୍ୟାଡ୍‌କୁ ପ୍ରସ୍ଥାନ

9.45ରେ ବଦ୍ରିନାଥ ହେଲିପ୍ୟାଡରେ ପହଞ୍ଚିବେ

9.55 ବଦ୍ରିନାଥ ମନ୍ଦିରରେ ପହଞ୍ଚିବେ

10ରେ ପୂଜା, ଦର୍ଶନ

10.50ରେ ଡୋରାଡୁନରେ ପହଞ୍ଚିବେ

11.30ରେ ଦିଲ୍ଲୀକୁ ଫେରିବେ

Click to comment

Leave a Reply

Your email address will not be published. Required fields are marked *

Most Popular

To Top