X
Breaking News
ଦେଶ

ପଶ୍ଚିମବଙ୍ଗ-କେରଳ ବିଜେପିରେ ସାମିଲ ହେଉଥିବା ନେତାଙ୍କ ସଂଖ୍ୟା ବଢୁଛି, ‘ପଦ୍ମ’ ଧରିଲେ ସୋନିଆଙ୍କ ପ୍ରିୟ ବଡକ୍କନ୍‌

Badkam

ନୂଆଦିଲ୍ଲୀ: ବାଜିସାରିଛି ନିର୍ବାଚନୀ ବିଗୁଲ । ଏବେ ଟିକେଟ ବଣ୍ଟା ପାଇଁ ବସୁଛି ଘନ ଘନ ବୈଠକ । ଟିକେଟ୍‌ ନପାଇବା ଜାଣି ପାରି ନିଜ ଦଳ ଛାଡ଼ିବା ସହ ଅନ୍ୟ ଦଳରେ ମିଶୁଛନ୍ତି ନେତା-ମନ୍ତ୍ରୀ ।

କିନ୍ତୁ କେହିକେହି ନିଜର ସ୍ୱାଭିମାନ ପାଇଁ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଳୋକପ୍ରିୟତା ବଢୁଥିବାରୁ ପଶ୍ଚିମବଙ୍ଗରୁ କେରଳ ସବୁଠି ବିଜେପିରେ ସାମିଲ ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସେହିଭଳି ଗୁରୁବାର କେରଳ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରବକ୍ତା ଟମ୍‌ ବଡକ୍କନ୍‌ ପଦ୍ମ ଧରିଥିବା ବେଳେ ତୃଣମୂଳ କଂଗ୍ରେସର ପ୍ରମୂଖ ନେତା ଅର୍ଜୁନ୍‌ ସିଂହ ଦଳ ବଦଳାଇ ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅର୍ଜୁନ୍‌ ସିଂହ ବରାକ୍‌ପୁରରୁ ଲଢ଼ିବା ପାଇଁ ଚାହୁଁଥିବା ବେଳେ ଦଳ ତାଙ୍କୁ ଟିକେଟ୍‌ ନ ଦେଇ ଦିନେଶ ତ୍ରୀବେଦିଙ୍କୁ ଟିକେଟ୍‌ ଦେଇଥିଲା । ଦଳର ଏଭଳି ନିଷ୍ପତ୍ତିରେ ନିରାଶ ହୋଇ ଅର୍ଜୁନ୍‌ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି ।

ଅନ୍ୟ ପକ୍ଷରେ, ପୁଲଓ୍ଵାମା ଆକ୍ରମଣକୁ ନେଇ କଂଗ୍ରେସ ଦଳ ଯେଉଁ ଭଳି ଭାବେ ପ୍ରତିକ୍ରିୟା ରଖିଥିଲା, ସେଥିରେ ନିରାଶ ହୋଇ ବଡକ୍କନ୍‌ ଦଳ ଛାଡ଼ିଥିବା କହିଛନ୍ତି । ତେବେ କେରଳର ପ୍ରଦେଶ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ ବଡକ୍କନ୍‌ ।

ଏମିତିକି ସେ ସୋନିଆ ଗାନ୍ଧିଙ୍କ ଅତି ଖାସ ବୋଲି କୁହାଯାଏ । ତେବେ ଦଳରେ ବିଭିନ୍ନ ସମୟରେ ବିଭିନ୍ନ ନେତା ଦେଉଥିବା ମନ୍ତବ୍ୟରେ ଅତିଷ୍ଠ ହୋଇ ପଦ୍ମ ଧରିନେଲେ ବଡକ୍କନ୍‌ । ତେବେ ଆଜି (ଗୁରୁବାର) କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ବଡକ୍କନ୍‌ ବିଜେପିରେ ସାମିଲ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top