X
Breaking News
ଦେଶ

୪ ରାଜ୍ୟର ବିଧାନସଭା ରେଜଲ୍ଟ: ୨ରେ ପରିବର୍ତ୍ତନ, ୨ରେ ରିପିଟ୍‌ ସରକାର

ଅର୍ଗସ ବ୍ୟୁରୋ: 2019 ନିର୍ବାଚନ ଶେଷ ହେବା ପରେ ଫଳାଫଳ ମଧ୍ୟ ଆସି ସାରିଛି । ଦେଶବ୍ୟାପୀ ଚାଲିଥିବା ଗଣତନ୍ତ୍ରର ଏହି ମହାପର୍ବକୁ ବିଶ୍ୱ ମଧ୍ୟ ଦେଖିଲା । ମେ’ 23ରେ ଆସିଥିବା ଫଳାଫଳ ଦେଶ ସମେତ ସମଗ୍ର ବିଶ୍ୱ ପାଇଁ ଉଦାହରଣ ପାଲଟିଲା । 2014 ଅପେକ୍ଷା 2019ରେ ପ୍ରଚଣ୍ଡ ବହୁମତ ସହ ବିଜେପି ସରକାର କରିବାକୁ ଫୁଲ୍‌ ପ୍ରସ୍ତୁତ । ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ମେ’ 30ରେ ଶପଥ ନେବେ ନରେନ୍ଦ୍ର ମୋଦି ।

ଏହି ଅବସରରେ 4ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳ ଆସିବା ସହ ଦୁଇଟି ରାଜ୍ୟରେ ନୂଆ ସରକାର ଆସିବାକୁ ଯାଉଛି । ଓଡ଼ିଶା, ସିକିମ୍‌, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଛି । ଆନ୍ଧ୍ରପ୍ରଦେଶ ଏବଂ ସିକିମରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ଅରୁଣାଚଳପ୍ରଦେଶ ଏବଂ ଓଡ଼ିଶାରେ ସରକାର ଅପରିବର୍ତ୍ତିତ ରହିଛି । ଓଡ଼ିଶା କଥା କହିବାକୁ ଗଲେ ବିଜେଡି ବିପୁଳ ବିଜୟ ସହ ଓଡ଼ିଶାରେ ପୁଣି ଥରେ ସରକାର କରିବାକୁ ଯାଉଛି । ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମେ 29’ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

Naveen Patnaik

ସେହିପରି ଅରୁଣାଚଳପ୍ରଦେଶରେ ବିଜେପିର ପେମା ଖଣ୍ଡୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଚଳିତ ନିର୍ବାଚନରେ ମୋଟ 60 ବିଧାନସଭା ସିଟ୍‌ରୁ 41ରେ ଜିତି ବିଜେପି ଅରୁଣାଚଳପ୍ରଦେଶରେ ସରକାର ଗଠନ କରିବାକୁ ଯାଉଛି ।

Courtesy;www.sentinelassam.com

ଅନ୍ୟପଟେ ସିକିମ୍‌ ଏବଂ ଆନ୍ଧ୍ରପ୍ରଦଶରେ ସରକାର ପରିବର୍ତ୍ତନ ହୋଇଛି । ସିକିମରେ ଏନ୍‌ଡିଏ ସମର୍ଥିତ ପାର୍ଟି ସିକିମ୍‌ ଡେମୋକ୍ରେଟିକ ଫ୍ରଣ୍ଟର ପବନ କୁମାର ଚାମଲିଙ୍ଗ ଦୀର୍ଘ 20 ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ଏଥର ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି ।  ଏଥର ନିର୍ବାଚନରେ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚାର ପ୍ରେମ ସିଂହ ତମାଙ୍ଗ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

ଆନ୍ଧ୍ରପ୍ରଦେଶ କଥା କହିଲେ ଚନ୍ଦ୍ରବାବୁଙ୍କ ବିପୁଳ ପରାଜୟ କଥା ସାମ୍ନାକୁ ଆସୁଛି । କେନ୍ଦ୍ରରେ ବିଜେପି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ମୋଦି ବିରୋଧୀଙ୍କ ପାଖକୁ ଧାଇଁ ଧାଇଁ ଫେଲ୍‌ ମାରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଶେଷରେ ଟିଡିପିକୁ ମାତ୍‌ ଦେଇ ସରକାର କରିବାକୁ ଯାଉଛି YSRCP ।  YSRCP 175 ବିଧାନସଭାରୁ 151ଟି ସିଟ୍‌ରେ ବିଜୟ ଲାଭ କରିଥିବା ବେଳେ ଟିଡିପି କେବଳ 23ଟି ସିଟ୍‌ରେ ସନ୍ତୁଷ୍ଟ ରହିଛି । YSRCPର ବିପୁଳ ବିଜୟ ପରେ ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ YSRCPର ସୁପ୍ରିମୋ ଜଗନ ମୋହନ ରେଡ୍ଡି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top