X
Breaking News
ଖେଳ

ଆସନ୍ତା ୩୦ରୁ ବିଶ୍ୱକପ ମହାସମର, କମେଣ୍ଟ୍ରି କରିବେ ଏହି ୩ ଭାରତୀୟ

Courtesy: www.hindustantimes.com

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରୁ କ୍ରିକେଟ ବିଶ୍ୱକପ । ତେବେ ଏନେଇ ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ପକ୍ଷରୁ ଭାଷ୍ୟକାରଙ୍କ ନାଁ ଘୋଷଣା କରାଯାଇଛି । ୪୦ ଜଣିଆ ଲିଷ୍ଟରେ ୩ ଜଣ ଭାରତୀୟଙ୍କ ନାଁ ମଧ୍ୟ ସାମିଲ ରହିଛି । ସେମାନେ ହେଉଛନ୍ତି, ସୌରଭ ଗାଙ୍ଗୁଲି, ସଞ୍ଜୟ ମଞ୍ଜରେକର ଏବଂ ହର୍ଷ ଭୋଗଲେ ।

ଏହି ୩ ଜଣ ପ୍ୟାନେଲ ଲିଷ୍ଟରେ ରହିଥିବା ବେଳେ ଅଷ୍ଟ୍ରେଲିଆକୁ ପଞ୍ଚମ ଥର ପାଇଁ ବିଶ୍ୱକପ ଦେଇଥିବା ମାଇକେଲ୍ କ୍ଲାର୍କ ମଧ୍ୟ ଚଳିତ ବିଶ୍ୱକପରେ କମେଣ୍ଟ୍ରି କରୁଥିବାର ନଜର ଆସିବେ ।

ମେ’ ୩୦ ବିଶ୍ୱକପ୍‌ ଆରମ୍ଭ ହେଉଛି ସତ କିନ୍ତୁ ଭାରତ ଦକ୍ଷିଣ-ଆଫ୍ରିକା ବିପକ୍ଷରେ ଜୁନ୍ ୫ ତାରିଖରେ ପଡ଼ିଆକୁ ଓହ୍ଲାଇବ । ଜୁନ୍ ମାସ ୧୬ ତାରିଖ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top