X
Breaking News
ଅପରାଧ

ଇଣ୍ଟରନେଟ୍‌ରେ ମାତ୍ର ୧୪୦ ଟଙ୍କାରେ ବିକ୍ରି ହେଉଛି ଆପଣଙ୍କ ପ୍ରୋଫାଇଲ୍‌ !

Hacker

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ୱାର୍ଲଡ୍‌ ୱାଇଡ୍‌ ୱେବ୍‌ର କଳା ଦୁନିଆ ସମ୍ପର୍କରେ । ସବୁବେଳେ ଇଣ୍ଟରନେଟରେ ସମୟ ବିତାଉଛନ୍ତି ସତ କିନ୍ତୁ ଏହାର ପରିଣାମ ଏତେ ଭୟଙ୍କର ଯେ ଭାବିଲେ ଭୟ ଲାଗିବ ନିଶ୍ଚିତ । ଇଣ୍ଟେରନେଟ ଚଳାଇବା ପାଇଁ ଆମେ ଦେଉଥିବା ପ୍ରୋଫାଇଲ ପାଇଁ ଦିନେ ନା ଦିନେ ହିଁ ଆମେ ଭୋଗିବା ।

କଥାଟା ହେଲା ନିକଟରେ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ୱାର୍ଲଡ୍‌ ୱାଇଡ୍‌ ୱେବ୍‌ର ଏମିତି ଏକ ଦୁନିଆ ଅଛି ଯାହାକି ଆପଣଙ୍କ ପ୍ରୋଫାଇଲ ବିକ୍ରି କରିବାର କାର୍ଯ୍ୟ କରୁଛି । କେବଳ ହ୍ୟାକର୍ସ ନୁହନ୍ତି କମ୍ପାନୀ ଏବଂ ମାର୍କେଟ ରିସର୍ଚ୍ଚର ମଧ୍ୟ ଆପଣଙ୍କ ଡାଟା କିଣୁଛନ୍ତି । ଆପଣ ଦେଉଥିବା ଡାଟାକୁ 140 ଟଙ୍କା ପ୍ରତିଦିନ ହିସାବରେ ବିକାଯାଉଛି ।

ଡାର୍କ ୱେବ ନାମକ ଏହି ଦୁନିଆ ରେଗୁଲାର ବ୍ରାଉଜର୍ସ ଜରିଆରେ ଯଦିଓ ଆକ୍ସେସ ହୋଇପାରିବନି ଏହାକୁ ଓପନ୍‌ ସୋର୍ସ ଜରିଆରେ ଆକ୍ସେସ କରି ଡାଟା ଚୋରି କରାଯାଇପାରୁଛି । ୟୁଜର୍ସଙ୍କ ପାସ୍‌ୱାର୍ଡ, ଟେଲିଫୋନ ନମ୍ବର ଏବଂ ଇମେଲ ଆଇଡି ନେବାକୁ ହ୍ୟାକର୍ସ ପ୍ରୟାସ ଜାରି ରଖିଛନ୍ତି ।

ଏଭଳି କାର୍ଯ୍ୟ 3ଟି ଗ୍ରୁପ୍‌ର ଲୋକ କରୁଥାଇ ପାରନ୍ତି ବୋଲିଏକ୍ସପର୍ଟମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସାଇବର ଆଟାକ କରିବାକୁ ଚାହୁଁଥିବା ଲୋକ, ଗ୍ରାହକ ମିଞ୍ଜାଜ୍‌ ଜାଣିବାକୁ ଚାହୁଁଥିବା ଲୋକ ଏବଂ ଭିଡିଓ ଷ୍ଟ୍ରିମିଂ ସାଇଟଗୁଡ଼ିକରୁ ମାଗଣାରେ ଆକ୍ସେସ ପାଇବାକୁ ଚେଷ୍ଟା କରୁଥିବା ଗ୍ରୁପ୍‌ ଏଥିରେ ସାମିଲ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top