ଦେଶ

ନୂଆ ଆରବିଆଇ ଗଭର୍ଣ୍ଣର ଦେଲେ ଖୁସିଖବର: ୦.୨୫ ପ୍ରତିଶତ କମିଲା ରେପୋ ରେଟ୍‌

350 rupees coin

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏହାସହ ରେପୋ ରେଟ୍‌ ୬.୫୦ ପ୍ରତିଶରୁ ହ୍ରାସ ପାଇ ୬.୨୫ ପ୍ରତିଶତରେ ପହଞ୍ଚିଛି ।

ଆରବିଆଇ ଏମ୍‌ପିସିର ୬ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ଏହାକୁ ସମର୍ଥନ ଜଣାଇଛନ୍ତି । ଅନ୍ୟ ଦୁଇ ଜଣ ସଦସ୍ୟ ବିରଳ ଆଚାର୍ଯ୍ୟ ଏବଂ ଚେତନ ଘାଟେ ରେଟ୍‌ କଟ୍‌ ସପକ୍ଷରେ ନଥିଲେ । ନୂଆ ମୌଦ୍ରିକ ନୀତି ଜରିଆରେ ରିଭର୍ସ ରେପୋ ରେଟ୍‌ ୬ ପ୍ରତିଣତ ଏବଂ ବ୍ୟାଙ୍କ ରେଟ୍‌ ୬.୫୦ ପ୍ରତିଶତରେ ପହଞ୍ଚିଛି ।

ଶସ୍ତା ହେବ ଲୋନ୍‌
ରେପୋ ରେଟ୍‌ ହ୍ରାସ ହେଲେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଶସ୍ତାରେ ଫଣ୍ଡିଂ କରିପାରିବ । ତେଣୁ ବ୍ୟାଙ୍କଗୁଡ଼ିକ କମ୍‌ ସୁଧରେ ଋଣ ଦେଇପାରିବେ । କିନ୍ତୁ ପୂର୍ବରୁ ପୂରୁଣା ସୁଧହାରରେ ଯେଉଁମାନେ ଋଣ ନେଇଛନ୍ତି ବା ଇଏମଆଇରେ କିଛି କିଣିଛନ୍ତି ସେମାନଙ୍କୁ ମଧ୍ୟ ଏବେ କମ୍‌ ସୁଧ ଦେବାକୁ ପଡ଼ିବ ।

୫,୬ ଏବଂ ୭ ଫେବୃଆରୀରେ ୬ ଜଣ ସଦସ୍ୟଙ୍କୁ ନେଇ ବସିଥିବା ଏମପିସି ବୈଠକର ଅଧ୍ୟକ୍ଷତା କରିଥିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆରବିଆଇରେ ଯୋଗ ଦେବା ପରେ ଏହା ତାଙ୍କର ପ୍ରଥମ ଏମ୍‌ପିସି ବୈଠକ । ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ଦେଶରେ ବଢୁଥିବା  ଦର ଉପରେ ନିୟନ୍ତ୍ରଣ ରହିପାରିବେ ବୋଲି ଜଣାପଡ଼ିଛି । ଚଳିତ ଆର୍ଥିକ ବର୍ଷରେ ଏହା ଷଷ୍ଠ ତଥା ଶେଷ ମୂଦ୍ରା ନୀତି ସମୀକ୍ଷା ବୈଠକ ଥିଲା । ବହୁବାର ସମୀକ୍ଷା ପରେ ରୋପୋ ରେଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ଏମ୍‌ପିସି । ପୂର୍ବ ୩ଟି ସମୀକ୍ଷା ବୈଠକରେ ରେପୋ ରେଟ୍‌ରେ କୌଣସି ହ୍ରାସ କରିବାର ନିଷ୍ପତ୍ତି ନେଇ ନଥିଲା ଆରବିଆଇ ।

ଆରବିଆଇର ଅନ୍ୟ ନିଷ୍ପତ୍ତି
କୃଷକମାନଙ୍କ ପାଇଁ କୋଲଟେରାଲ ଫ୍ରି ଏଗ୍ରିକଲଚ୍‌ରାଲ୍‌ ଲୋନର ଲିମିଟ୍‌ ୧ ଲକ୍ଷ ଟଙ୍କାରୁ ବଢାଇ ୧.୬ ଲକ୍ଷ କରିଦିଆଯାଇଛି ।

ବଲ୍କ ଡିପୋଜିଟ୍‌ର ପରିମାଣ ୧ କୋଟିରୁ ବଢାଇ ୨ କୋଟି କରିଦିଆଯାଇଛି । ଏବେ ୨ କୋଟି ଏବଂ ତା’ଠୁ ଅଧିକ ପରିମାଣରେ ଟଙ୍କା ଡିପୋଜିଟ୍‌କୁ ବଲ୍କ ଡିପୋଜିଟ୍‌ କୁହାଯିବ ।

କର୍ପୋରଟ୍‌ ଡେଟ୍‌ ମାର୍କେଟରେ ବିଦେଶୀ ପୁଞ୍ଜି ନିବେଶ ଉପରେ ଥିବା ପ୍ରତିବନ୍ଧକୁ ଶେଷ କରିଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top