X
Breaking News
ନ୍ୟୁଜ୍

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ 

jaypur

କୋରାପୁଟ: ସରକାରଙ୍କ ସଚେତନର ଅଭାବ ଅବା ରାଜପଥ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ବର୍ଷ ବର୍ଷ ଧରି ରାଜପଥ ଗୁଡିକର ନିର୍ମାଣ କି ମରାମତି ହୋଇପାରୁନି । ଯାହାଫଳରେ ଜାତୀୟ ରାଜପଥ ଗୁଡିକର ଅବସ୍ଥା ନ କହିବା  ଭଲ ।  ଖାଲଖିମା ହୋଇ ଏବେ ରାଜପଥ ମରଣଯନ୍ତା ପାଲଟିଛି । କୋରାପୁଟ ଜିଲ୍ଲା ଜୟପୁର ଠାରୁ ବରଗଡ଼ ସଂଯୋଗ କରୁଥିବା ୨୬ନମ୍ବର ଜାତୀୟ ରାଜପଥ ଅବସ୍ଥା ଏବେ ଶୋଚନୀୟ । ଏହି ରାଜପଥଟି ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ରାଇପୁରକୁ ସଂଯୋଗ କରୁଥିବାରୁ ରାଜପଥ ଦେଇ ଦୈନିକ ହଜାର ହଜାର ଗାଡି, ବସ ଏବଂ କାର ଚଳାଚଳ କରୁଛି। ହେଲେ ଦୀର୍ଘ ବର୍ଷ ଧରି ଏହି ୨୬ନମ୍ବର ଜାତୀୟ ରାଜପଥ   ନିର୍ମାଣ ହୋଇନଥିବା ବେଳେ ଏହାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି ।

jaypur

ବୋରିଗୁମ୍ମା ଠାରୁ ଜୟପୁର ପର୍ଯ୍ୟନ୍ତ ୨୨କିଲୋମିଟର ରାସ୍ତା ମଧ୍ୟରେ ଶହଶହ ଖାଲଖିମା ହୋଇଯାଇଛି । ଫଳରେ ଯାନବାହନ ଚଳାଚଳ ବହୁ କଷ୍ଟକର ହେଉଛି।  ଖରା ଓ ଶିତ ଦିନରେ ଏହି ଗାଡି ଗୁଡିକ ଚଳାଚଳରେ ସ୍ୱାଭାବିକ ଥିବା ବେଳେ କିନ୍ତୁ ବର୍ଷା ଦିନରେ ବିଶେଷ କରି ରାତ୍ରି ସମୟରେ ରାସ୍ତାରେ ଗାଡି ଚଲାଇବା ବହୁ  ମୁସ୍କିଲ ହୋଇପଡୁଛି। ଫଳରେ  ବର୍ତ୍ତମାନ ଏହି ରାସ୍ତା ମରଣ ଯନ୍ତା ପାଲଟିଛି ।

jaypur

ରାସ୍ତାର ଖରାପ୍‌ ଅବସ୍ଥା ଯୋଗୁ  ଜରୁରୀ କାଳୀନ ପରିସ୍ଥିତିରେ ରୋଗୀ  ଆମ୍ବୁଲାନ୍ସ ଯୋଗେ କୋରାପୁଟ ମେଡ଼ିକାଲରେ  ବହୁ ବିଳମ୍ବରେ ପହଞ୍ଚୁଛନ୍ତି । ଏଥିପାଇଁ  ଅନେକ ସମୟରେ କିଛି ରୋଗୀଙ୍କ ମଧ୍ୟ ମୃତ୍ୟୁ ଘଟିସାରିଛି । ଅନ୍ୟପଟେ  ଏହି ରାସ୍ତାର ଅବସ୍ଥା ଏତେ ଖରାପ ଯେ  ଅଧିକାଂଶ ସମୟରେ ସଡ଼କ ଦୁର୍ଘଟଣାରେ  ଲୋକଙ୍କ ଜୀବନ ବି ଚାଲିଯାଉଛି। ଏନେଇ ଏହି ରାଜପଥର ମରାମତି ନେଇ ଗାଡିଚାଳକ ଏବଂ ଯାତ୍ରୀଙ୍କ  ମଧ୍ୟରେ ଅସନ୍ତୋଷ ବଢୁଛି । ସବୁ ଠାରୁ ବଡ ଆଶ୍ଚର୍ଯ୍ୟର କଥା ଯେ, ଖୋଦ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯିବା ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ । ପ୍ରତିଦିନ ଉପଜିଲ୍ଲାପାଳ ଏହି ଖାଲଖିମା ରାସ୍ତା ଦେଇ ଯାଉଛନ୍ତି କିନ୍ତୁ କିଛି ଫରକ୍‌ ପଡୁନି  ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରଙ୍କ ଉପରେ ।

jaypur

ଏହିରାସ୍ତା ଦେଇ ରାଜନେତା ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ମାନେ ଗାଡି ଯୋଗେ ଚଳାଚଳ କରୁଛନ୍ତି ହେଲେ କାହାର ଦୃଷ୍ଟି ପଡ଼ୁନାହିଁ ଏହି ରାସ୍ତାର ଦୁର୍ଦ୍ଦଶା ଉପରେ । ଯେ କୌଣସି ସମୟରେ ଦୁର୍ଘଟଣା ଘଟି  ଜୀବନ ବି ଯାଇପାରେ ଏଣୁ ସରକାର ଏବଂ ବିଭାଗ ଏହାକୁ ଗୁରୁତର ସହ ନେଇ ତୁରନ୍ତ ଏହି ରାଜପଥ ନିର୍ମାଣ ଦିଗରେ ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି ସାଧାରଣରେ  ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top