ଦେଶ

ଦେଶରେ 74 ଜଣ କୋରୋନା ପଜେଟିଭ୍‌, ପଢ଼ନ୍ତୁ କେଉଁ ରାଜ୍ୟରେ କେତେ ?

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଘାରିଛି କୋରୋନା ଭୟ । 114ଟି ଦେଶରେ ଏବେ କୋରୋନା ବ୍ୟାପିସାରିଛି । ଏମିତିକି ଭାରତକୁ କୋରୋନା ଭୟ ନାହିଁ ବୋଲି କୁହାଯାଉଥିବା ବେଳେ, ଏଠାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ୍‌ । ଦେଶରେ ଏବେ 74 ଜଣ କୋରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ହୋଲି ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା 40 ଥିବା ବେଳେ ଦୁଇ ଦିନ ପରେ ଏବେ ଏହା 74ରେ ପହଞ୍ଚିଛି ।

ତେବେ 74 ଜଣଙ୍କ ମଧ୍ୟରେ କେରଳରେ ସର୍ବାଧିକ 17 ଜଣ ଭାରତୀୟ କୋରାନା ଆକ୍ରନ୍ତ ଥିବା ବେଳେ ମହାରାଷ୍ଟ୍ରରେ ଦ୍ୱିତୀୟ ସର୍ବାଧିକ 11 ଜଣ ଭାରତୀୟ ନାଗରିକ କୋରୋନା ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି । ସେହିଭଳି ତୃତୀୟ ସର୍ବାଧିକ ଭାବେ ଉତ୍ତର ପ୍ରଦେଶରେ 10 ଜଣ ଭାରତୀୟ ନାଗରିକ ଓ ଜଣେ ବିଦେଶୀ ପର୍ଯ୍ୟଟକ କୋରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ହରିୟାଣାରେ 14 ବିଦେଶୀ ପର୍ଯ୍ୟଟକ ଏହି ଭାଇରସ୍‌ରେ ଆକ୍ରାନ୍ତ ରହିଛନ୍ତି ।

ସେହିଭଳି ରାଜସ୍ଥାନରେ ଜଣେ ଭାରତୀୟ ଓ ଦୁଇ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଥିବା ବେଳେ, ତେଲେଙ୍ଗାନା-ତାମିଲନାଡ଼ୁ- ଆନ୍ଧ୍ରପ୍ରଦେଶ- ଜାମ୍ମୁକାଶ୍ମୀର- ପଞ୍ଜାବରେ ଜଣେ ଲେଖାଏଁ ଭାରତୀୟଙ୍କୁ କୋରୋନା ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି । ଲଦାଖରେ 3, ଦିଲ୍ଲୀରେ 6 ଓ କର୍ଣ୍ଣାଟକରେ 4 ଜଣଙ୍କୁ  କୋରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଅବଜରଭେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି ।

ତେବେ ପୂର୍ବରୁ କୁହାଯାଇଥିବା ସତର୍କତା ଅବଲମ୍ବନ କଲେ କୋରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି କହିଛନ୍ତି ବିଶେଷଜ୍ଞମାନେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top