ନ୍ୟୁଜ୍

ଦିଲ୍ଲୀରେ ପ୍ରଦୁଷଣ, ଯମୁନା ନଦୀରେ ପଡ଼ିଲାଣି ବରଫ ଚାଦର ! ଦେଖନ୍ତୁ ଭିଡିଓ…

Yamuna nadi

ନୂଆଦିଲ୍ଲୀ: ଧୁଆଁ ଭିତରେ ଦିଲ୍ଲୀ । ପ୍ରଦୂଷଣକୁ ନେଇ ଦିଳ୍ଲୀବାସୀଙ୍କ ହାଲତ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାର ମାତ୍ରା ଏତେ ପରିମାଣରେ ବଢିବାରେ ଲାଗିଛି ଯେ, ସେଥିରୁ ମଧ୍ୟ ବର୍ତୁନି ଯମୁନା ନଦୀ । ଦିନକୁ ଦିନ ଯମୁନା ନଦୀ ପ୍ରଦୂଷିତ ହେବାରେ ଲାଗିଛି । ଯାହା ଫଳରେ ପ୍ରଦୂଷଣ ବଢିବାରେ ଲାଗିଛି । ଯମୁନା ନଦୀ ଏବେ ବରଫ ଚାଦରରେ ଘୋଡାଇ ହୋଇ ରହିବା ଭଳି ଦେଖାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାଳନ୍ଦି ନଦୀ ତଟରେ । ଯେଉଁଠି ବରଫର ଚାଦର ପଡି ରହିଥିବା ଦେଖାଯାଉଛି । କିନ୍ତୁ ଆପଣ ଦେଖୁଥିବା ଚିତ୍ର ବରଫର ଚାଦର ନୂହେଁ ଏହା ପ୍ରଦୂଷଣ କରଣରୁ ସୃଷ୍ଟି ହୋଇଥିବା ମଇଳାର ଏକ ଫେନିଳ ଆସ୍ତରଣ । କେଉଁଠି କେଉଁଠି ଅଧିକ ଉଚ୍ଚା ଫେଣ ଉଠୁଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଏହାକୁ ଫେଣର ତାଜମହଲ ବୋଲି ମଧ୍ୟ କହୁଛନ୍ତି । ପ୍ରଦୂଷଣ ବଢିବା କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାରଠାରୁ ପୁଣି ଅଡ-ଇଭିନ୍‌ ଫର୍ମୁଲା ଜାରି କରିଥିଲେ । ଏହା ସହ ଦିଲ୍ଲୀରେ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟ ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top