ଟେକ୍ନୋଲୋଜି

ସାବଧାନ୍‌..! ମୋବାଇଲରେ ଟିକ୍‌ଟକ୍‌ ଆପ୍‌ ପଡ଼ିପାରେ ମହଙ୍ଗା..!

TIKTOK

ଅର୍ଗସ ବ୍ୟୁରୋ: ମୋବାଇଲରେ ଟିକ୍‌ଟକ୍‌ ଆପ୍‌ ରଖିଛନ୍ତି କି ? ତେବେ ସାବଧନା ! ଟିକ୍‌ଟକ୍‌ ଆପ୍‌ ଜରିଆରେ ଆପଣଙ୍କ ମୋବାଇଲ ହୋଇପାରେ ହ୍ୟାକ୍‌ । ହ୍ୟାକର୍ସ ଆପଣଙ୍କ ମୋବାଇଲର ସବୁ ଡାଟା ଦେଖିବା ସହ ଇ-ମେଲ୍‌ ଆଇଡି ଏମିତିକି ଫୋନ୍‌ ନମ୍ବର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ ।

ସୋସିଆଲ ମିଡିଆରେ ଭାରତୀୟଙ୍କ ମଧ୍ୟରେ ଟିକ୍‌ଟକ୍‌ ଆପ୍‌କୁ ନେଇ ଏବେ ସବୁଠି ଚର୍ଚ୍ଚା । ଗତ ବର୍ଷକ ମଧ୍ୟରେ 20 କୋଟି ଭୋରତୀୟ, ଟିକ୍‌ଟକ୍‌ ଆପ୍‌ ଡାଉନଲୋଡ୍‌ କରି ମୋବାଇଲରେ ବ୍ୟବହାର କରୁଛନ୍ତି । ଭାରତରେ ଏବେ ସର୍ବମୋଟ 30 କୋଟି ଲୋକ ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରୁଥିବା ବେଳେ ସାର ବିଶ୍ୱରେ ଏହାକୁ 130 କୋଟି ଲୋକ ବ୍ୟବହାର କରୁଛନ୍ତି । ତେବେ ରିପୋର୍ଟ ଅନୁଯାୟୀ, ନିଜର ଭିଡିଓ କରିବା ପାଇଁ ବ୍ୟବହାର କରାଯାଉଥିବା ଏହି ଆପ୍‌ ମୋବାଇଲ ପାଇଁ ଆଉ ଏହାର ବ୍ୟବହାରକାରୀଙ୍କ ପାଇଁ ଘାତକ ସାଜିପାରେ । ଏହି ଆପ୍‌ ଆପଣଙ୍କୁ ବିପଦରେ ପକାଇପାରେ ।

ସାଇବର ସିକ୍ୟୁରିଟି ଫର୍ମ ଚେକ୍‌ ପଏଣ୍ଟର ରିପୋର୍ଟ ଅନୁସାରେ, ଟିକ୍‌ଟକ୍‌ ଆପ୍‌ରେ ଏମିତି କିଛି ତ୍ରୁଟି ରହିଯାଇଛି ଯାହା ହ୍ୟାକର୍ସଙ୍କ ପାଇଁ ରାସ୍ତା ଦେଖାଇଥାଏ । ହ୍ୟାକର୍ସମାନେ ଏହି ଟିକ୍‌ଟକ୍‌ ଆପ୍‌ ଜରିଆରେ ଆପଣଙ୍କ ମୋବାଇଲକୁ ହ୍ୟାକ୍‌ କରିବା ସହ ମୋବାଇଲରୁ ଡାଟା ଚୋରି କରିପାରିବେ, ଫୋନ୍‌ ନମ୍ବର, ଇ-ମେଲ୍‌ ଆଦି ସମ୍ବନ୍ଧରେ ମଧ୍ୟ ଜାଣିପାରିବେ । ତେଣୁ ଏହି ଆପ୍‌ ପ୍ରତି ସାବଧାନ ରହିବାକୁ କୁହାଯାଇଛି ।

ସାଇବର ଏକ୍ସପର୍ଟ ଅମିତ ଦୁବେଙ୍କ କହିବା କଥା, ରିପୋର୍ଟ ଅନୁଯାୟୀ ଆପ୍‌ରେ ଥିବା କିଛି ତ୍ରୁଟିକୁ ସଂଶୋଧନ କରାଯାଇଛି । ତେବେ ହ୍ୟାକର୍ସଙ୍କଠାରୁ ବଞ୍ଚିବା ପାଇଁ ୟୁଜର ମାନେ ନିଜର ଆପ୍‌କୁ ଯଥାଶୀଘ୍ର ଅପ୍‌ଟେଡ୍‌ କରିବାକୁ ପଡ଼ିବ । ନଚେତ ହ୍ୟାକର୍ସ ଆପଣଙ୍କ ଫୋନ୍‌କୁ ହ୍ୟାକ୍‌ କରିପାରନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top