X
Breaking News
ରାଜ୍ୟ

ନବୀନଙ୍କୁ ସୋନିଆଙ୍କ ଚିଠି ପରେ ଜୋର ଧରିଛି ରାଜ୍ୟ ରାଜନୀତି

courtesy: www.indiatvnews.com

ଭୁବନେଶ୍ୱର: କେନ୍ଦ୍ରରେ କିଏ ଗଢିବ ସରକାର  । ଆଉ କାହାର ରହିବ ଜିତାପଟ  । ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏବେ ଶକ୍ତିହୀନ ହୋଇପଡିଥିବା କଂଗ୍ରେସ ଦଳ ବଳ ଗୋଟାଇବାରେ ବ୍ୟସ୍ତ  । ଏହି ପରିପ୍ରେକ୍ଷୀରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କୁ ସୋନିଆ ଗାନ୍ଧି ପତ୍ର ଲେଖିଛନ୍ତି ।

ଆସନ୍ତା 23 ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ସୋନିଆ  । ସୋନିଆ ଯେ କେବଳ ନବୀନଙ୍କୁ ଚିଠି ଲେଖିଛନ୍ତି ତାହା ନୁହେଁ ବଂର ୱାଇ.ଏସ୍.ଆର୍.କଂଗ୍ରେସ, ଟିଡିପି, ଟିଆରଏସ୍ ଭଳି ବିଭିନ୍ନ ଆଂଚଳିକ ଦଳର ସମର୍ଥନ ମଧ୍ୟ ଲୋଡିଛନ୍ତି  ।

ମାତ୍ର ଏ ପ୍ରସଙ୍ଗରେ ଖୁବ୍ ମାପିଚୁପି ଉତ୍ତର ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ  । ପ୍ରତାପ କହିଛନ୍ତି ଜଣେ ଦଳ ଅନ୍ୟ ଦଳର ସାହାଯ୍ୟ ଲୋଡିବା କୌଣସି ନୂଆ କଥା ନୁହେଁ  । ଆସନ୍ତା 23 ତାରିଖରେ ହିଁ ସ୍ପଷ୍ଟ ହେବ ବିଜେଡି କୁଆଡେ ଯିବ । ପୂର୍ବରୁ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ନବୀନଙ୍କ ବାର୍ତ୍ତାଳାପ ଏଇ ପ୍ରସଙ୍ଗରେ ଆଣିଥିଲା ନୂଆ ଟୁଇଷ୍ଟ  । ବର୍ତ୍ତମାନ କିନ୍ତୁ ନବୀନଙ୍କୁ ସୋନିଆଙ୍କ ଚିଠି, ଘଟଣାରେ ଭରିଛି ବେଶ୍ ଉଷ୍ମତା ।

ସେପଟେ ଏହାକୁ ଅତି ହାଲକା ଭାବେ ନେଇଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ମୋଦିଙ୍କ ଲୋକ ପ୍ରିୟତା ଶ୍ରୋତରେ ବହିଯାଉଥିବା କଂଗ୍ରେସ କୁଟା ଖିଅକୁ ସାହାରା କରୁଛି । ସେପଟେ କଂଗ୍ରେସ କହିଛି ଦଳୀୟ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ସେଥିରେ ଆମେ ସହମତ  । ଆସନ୍ତା 23 ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ  । ତେବେ ଏହା ପୂର୍ବରୁ ଜୋର ଧରିଛି ରାଜନୈତିକ ଅଙ୍କକଷା  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top