ଦେଶ

ରେଡ଼ିଓ କାଶ୍ମୀର ପରିବର୍ତ୍ତେ ଏବେ ଘାଟିରେ ଅଲ୍ ଇଣ୍ଡିଆ ରେଡ଼ିଓ ଶୁଣିବେ କାଶ୍ମୀରବାସୀ

jammu

ଶ୍ରୀନଗର: ଆଜି ଦେଶ ପାଇଁ ଐତିହାସିକ ଦିନ ।  ଆଜିଠୁ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ଏହାପରେ ଉଭୟ ପ୍ରଶାସନିକ କ୍ଷମତା ଓ ଭୌଗଳିକ ଚିତ୍ର  ମଧ୍ୟ ବଳିଯାଇଛି। ଏହି ପରିବର୍ତ୍ତନ ଭିତରେ ଜମ୍ମୁ କଶ୍ନୀରରେ ଥିବା ତିନୋଟି ରେଡିଓ ଷ୍ଟେସନର ନାମ ପରିବର୍ତ୍ତନ ହୋଇଛି । ଜମ୍ମୁ, ଶ୍ରୀନଗର ଏବଂ ଲେହରେ ଥିବା ତିନୋଟି ରେଡିଓ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ଅଲ୍ ଇଣ୍ଡିଆ ଜାମ୍ମୁ,  ଅଲ୍ ଇଣ୍ଡିଆ ରେଡ଼ିଓ ଶ୍ରୀନଗର ଏବଂ  ଅଲ୍ ଇଣ୍ଡିଆ ରେଡ଼ିଓ ଲେହ ହୋଇଛି । ଆଜିଠୁ ଘାଟିରେ ରେଡିଓ ଜମ୍ମୁ ବଦଳରେ ଆକାଶବାଣୀ ଜମ୍ମୁର ବାର୍ତ୍ତା ଲୋକମାନେ ଶୁଣୁଛନ୍ତି।

ପୂର୍ବରୁ ଏହି ତିନୋଟି ରେଡିଓ ପ୍ରସାର ଭାରତୀ ଏବଂ କେନ୍ଦ୍ରର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିନରେ ରହିଛି । ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଅଧିକାଂଶ ରହିଥାଏ। ତେଣୁ ଇଣ୍ଟରନେଟ ଏବଂ ମୋବାଇଲ ସେବା ଅଧିକ ସମୟ ବ୍ୟାଘାତ ରହିଥାଏ। ତେଣୁ ଜମ୍ମୁ କଶ୍ମୀର ବାସୀଙ୍କ ପାଇଁ ରେଡିଓ ଜମ୍ମୁ, ଶ୍ରୀନଗର ଏବଂ ଲେହ ଲୋକଙ୍କ ଜୀବନଧାରା ସହିତ ଜଡ଼ିତ ହୋଇରହିଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top