ଦେଶ

ଖୁବଶୀଘ୍ର ଆସିବ ୨୦ ଟଙ୍କିଆ କଏନ୍‌, ଏମିତି ରହିବ ଲୁକ୍

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେପରେ ଦେଶରେ ଟଙ୍କାର ନୂଆ ରୂପ ଦେଖିବାକୁ ମିଳୁଛି । ୨୦୦ ଟଙ୍କିଆ ନୋଟ୍‌ଠୁ ଆରମ୍ଭ କରି ୨୦୦୦ ଟଙ୍କିଆ ନୋଟ ପର୍ଯ୍ୟନ୍ତ ପ୍ରଚଳିତ ହେଉଛି । ପୁଣି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବଜାରରେ ୨୦ ଟଙ୍କିଆ କଏନ୍‌ ଉପଲବ୍ଧ ହେବାକୁ ଯାଉଛି ।

ଅର୍ଥ ମନ୍ତ୍ରାଳୟ ଦ୍ୱରା ଏଥିପାଇଁ ଅଧିସୂଚନା ଜାରି କରାଯାଇଛି । ଆକାର ଏବଂ ଦେଖିବାକୁ ଅବିକଳ ୧୦ ଟଙ୍କିଆ କଏନ୍ ଭଳି ହେବ । ଏହାର ବ୍ୟାସ ୨.୭ ସେମି ହେବା ସହ ୧୦ଟଙ୍କିଆ କଏନ୍‌ ଭଳି ବାହାରେ ଏକ ରିଙ୍ଗ ଏବଂ ଭିତରେ ଏକ ଡିସ୍କ ରହିବ । କଏନ୍‌ ଭିତର ଏବଂ ବାହାର ପାର୍ଶ୍ୱର ରଙ୍ଗରେ ସାମନ୍ୟ ପାର୍ଥକ୍ୟ ରହିବ ।

କଏନ୍‌ର ବାହାର ପାର୍ଶ୍ୱ ୬୫% ତମ୍ବା, ୧୫% ଜିଙ୍କ ଏବଂ ୨୦ % ନିକେଲ୍‌ରେ ପ୍ରସ୍ତୁତ ହେବ । ଭିତରେ ଥିବା ଡିସ୍କ ୭୫% ତମ୍ବା, ୨୦% ଜିଙ୍କ ଏବଂ ୫% ନିକେଲରେ ତିଆରି ହେବ । ୧୦ ବର୍ଷ ପୂର୍ବରୁ ବଜାରକୁ ୧୦ ଟଙ୍କିଆ କଏନ୍‌ ଆସିଥିଲା ।

୨୦୦୯ରେ ଆରବିଆଇ ଦ୍ୱାରା ୧୦ ଟଙ୍କିଆ କଏନ୍‌ ଜାରି କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ୧, ୨, ୫ ଏବଂ ୧୦ ଟଙ୍କିଆ କଏନ୍‌ର ମଧ୍ୟ ନବକଳେବର ହୋଇପାରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top