X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ଦେଶ

ଗୋରଖପୁରରୁ ଭୋଜପୁରୀ ସୁପରଷ୍ଟାର ରବି କିଷନଙ୍କୁ ବିଜେପି ଟିକେଟ୍‌

Courtesy: www.mumbailive.com

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଲୋକସଭାରୁ ଭୋଜପୁରୀ ସୁପରଷ୍ଟାର ରବି କିଷନଙ୍କୁ ବିଜେପି ଟିକେଟ । କିଛିଦିନ ପୂର୍ବରୁ ରବି କିଷନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ।

ଏହାସହ ଭୋଜପୁରୀ ସିଙ୍ଗର ଦିନେଶ ଲାଲ ଯାଦବ ମଧ୍ୟ ଯୋଗୀଙ୍କ ସହ ସାକ୍ଷାତ କରିଥିଲେ । ରବି କିଷନଙ୍କୁ ବିଜେପି ଗୋରଖପୁରରୁ ଟିକେଟ ଦେଇଛି । ତେବେ ଭୋଜପୁରୀ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରବି କିଷନ କଂଗ୍ରେସରୁ ପଲିଟିକାଲ ଇନିଂସ୍‌ ଆରମ୍ଭ କରିଥିଲେ । ରବି କିଷନ 2014ରେ କଂଗ୍ରେସ ଟିକେଟରୁ ଜୈନପୁରରୁ ନିର୍ବାଚନ ଲଢିଥିଲେ । ତାଙ୍କୁ କେବଳ 42, 759 ଖଣ୍ଡ ଭୋଟ୍‌ ମିଳିପାରିଥିଲା ।

ଏହାପରେ ସେ 2017ରେ ବିଜେପିରେ ଯୋଗ ଦେଇଥିଲେ । ରବି କିଷନଙ୍କ ଷ୍ଟାରଡମ୍‌ ପାଇଁ ବିଜେପି ଟିକେଟ୍‌ ଦେଇଥିବା ଚର୍ଚ୍ଚା ହେଉଛି । ଏହାସହ ରବି କିଷନଙ୍କ ଘର ଜୈନପୁର ଜିଲ୍ଲା କେରାକତରେ ।

ସୂଚନାଯୋଗ୍ୟ ଯେ ରବି କିଷନ ଏବଂ ଦିନେଶ ଲାଲ ପୂର୍ବ ଉତ୍ତରପ୍ରଦେଶର ଚର୍ଚ୍ଚିତ ଚେହେରା । ଏହି ଦୁଇଜଣ ଯୁବ ଭୋଟରଙ୍କ ପ୍ରିୟ । ଆଶ୍ଚର୍ଯ୍ୟ ହେବାର କଥା କିଛି ନୁହେଁ କାରଣ 2014ରେ ଭୋଜପୁରୀ ସିଙ୍ଗର ଏବଂ ଆକ୍ଟର ମନୋଜ ତିୱାରୀ ବିଜେପି ଟିକେଟରେ ଲୋକସଭା ପହଞ୍ଚିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top