ଦେଶ

ବନ୍ଦେ ଭାରତ ମିଶନରେ ନେପାଳରୁ ଆସିଲେ ୧୬୫ ଭାରତୀୟ

NEPAL

ନୂଆଦିଲ୍ଲୀ:  ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଅନେକ ଦେଶରେ ଲକଡାଉନ ଜାରି ରହିଛି । ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାର ବନ୍ଦେ ଭାରତ ମିଶନ ଜାରି ରଖିଛନ୍ତି । ଏହି ମିଶନରେ ଆଜି ପ୍ରଥମ ଥର ପାଇଁ ପଡୋଶୀ ଦେଶ ନେପାଳରୁ ୧୬୫ ଜଣ ଭାରତୀୟଙ୍କୁ ଫେରାଇ ଆଣିଛି । କାଠମାଣ୍ଡୁରୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଆଜି ଅପରାହ୍ନରେ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ।

କାଠମାଣ୍ଡୁରେ ସମସ୍ତ ଯାତ୍ରୀଙ୍କୁ ପ୍ରଥମେ ଡାକ୍ତରୀ ସ୍କ୍ରିନିଂ କରାଯାଇ ବିମାନରେ ଆସିବା ପାଇଁ ଅନୁମତି ଦିଆଯାଇଥିଲା। ଏହାସହ ସାମାଜିକ ଦୂରତା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା।  ଏମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବର ବୋଲି ଜଣାପଡିଛି । ବିଶେଷକରି, ବିଦେଶରେ ଫସି ଥିବା ଭାରତୀୟ ଛାତ୍ର, ବୃଦ୍ଧ ବ୍ୟକ୍ତି, ଚିକିତ୍ସା ପାଇଁ ଯାଇଥିବା ବ୍ୟକ୍ତି, ପର୍ଯ୍ୟଟକ, ମହିଳା ଏବଂ ଶିଶୁମାନଙ୍କୁ ଆଣିବା ପାଇଁ ପ୍ରାଥମିକତା ଦିଆଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top