ଦେଶ

ଲକଡାଉନର ପଞ୍ଚମ ପର୍ଯ୍ୟାୟ: ପଞ୍ଜାବ ସରକାର ଜାରି କଲେ ନିର୍ଦ୍ଦେଶାବଳୀ

luckdown

ଅର୍ଗସ ବ୍ୟୁରୋ:  ଲକଡାଉନର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହେବା ସହିତ ପଞ୍ଜାବ ସରକାର ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଜୁନ୍ ୮ ରୁ ରାଜ୍ୟରେ ସପିଂ ମଲ୍, ପୂଜାପାଠ ଏବଂ ରେଷ୍ଟୁରାଣ୍ଟ ଖୋଲିବ । କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଏବଂ ବିକ୍ରୟ ଅନୁମତି ଦିଆଯିବ ଏବଂ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । ଯେଉଁଭଳି ଭଳି ଭାବରେ କରୋନା ମହାମାରୀ ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି ଏହାକୁ ମୁକାବିଲା ପାଇଁ ଯେପର୍ଯ୍ୟନ୍ତ କୌଣସି ଭ୍ୟାକସିନ୍‌ ନବାହାରିଛି ସେପର୍ଯ୍ୟନ୍ତ ସମସ୍ତେ ସଚେତନ ରହିବା ସହ ସରକାରଙ୍କ ଗାଇଡଲାଇନ ମାନିବା ନିହାତି ଜରୁରୀ ।

ପଞ୍ଜାବ ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ: –
– ପଞ୍ଜାବରେ ହୋଟେଲ, ଆତିଥ୍ୟ ସେବା, ସପିଂ ମଲ୍, ମନ୍ଦିର, ମସଜିଦ ଗୁରୁଦ୍ୱାର, ଚର୍ଚ୍ଚ ଏବଂ ରେଷ୍ଟୁରାଣ୍ଟ ଖୋଲାଯିବ ।
– ସକାଳ ୯ ଟାରୁ ସକାଳ ୫ ଟା ପର‌୍ୟ୍ୟନ୍ତ ଅନାବଶ୍ୟକ କାର୍ଯ୍ୟକଳାପ ପାଇଁ ଲୋକଙ୍କ ଗତିବିଧି ଉପରେ ଏକ ନିଷେଧାଦେଶ ରହିବ ।
– ଜୁନ୍ ୧ ରୁ ସହରର ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ରହିବ ମୁଖ୍ୟ ବଜାରରେ ଦୋକାନ, କିନ୍ତୁ ମଦ ଦୋକାନ ସକାଳ ୮ ଟାରୁ ୮ ଟା ପର୍ଯ୍ୟନ୍ତ ଖୋଲା ରହିବ ।
– ଆଜିଠାରୁ ସେଲୁନ୍, ବିୟୁଟି ପାର୍ଲର ଏବଂ ସ୍ପା ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି ।
– ସହର ଏବଂ ଜିଲ୍ଲା ସୀମା ମଧ୍ୟରେ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।
– ପଞ୍ଜାବରେ ସମସ୍ତ ସାମଗ୍ରୀ କ୍ରୟ ଏବଂ ବିକ୍ରୟ ପାଇଁ ଇ-ବାଣିଜ୍ୟକୁ ଅନୁମତି ଦିଆଯିବ, ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ଅନ୍ତର୍ଭୁକ୍ତ ।
– କ୍ରୀଡା କମ୍ପ୍ଲେକ୍ସ ଏବଂ ଷ୍ଟାଡିୟମ ମଧ୍ୟ ଖୋଲାଯିବ, କିନ୍ତୁ ପରିଦର୍ଶକଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ ।
– ଦୁଇଟି ରାଜ୍ୟର ସହମତି ଅନୁଯାୟୀ ବସ୍ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବ ।
-ଟ୍ୟାକ୍ସି, କ୍ୟାବ, ଅଟୋ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ତଥାପି, ଏଥିପାଇଁ ଆପଣଙ୍କୁ ନିଜେ କୋଭା  ଆପରୁ ଇ-ପାସ୍ ନେବାକୁ ପଡିବ ।
– ସାଇକେଲ, ରିକ୍ସା ଏବଂ ଅଟୋ ରିକ୍ସା ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ, କିନ୍ତୁ ଏଥିପାଇଁ ପଞ୍ଜାବ ପରିବହନ ବିଭାଗ ଦ୍ୱାରା ଜାରି କରାଯାଇଥିବା ପଦ୍ଧତି ଅନୁସରଣ କରିବାକୁ ପଡିବ ।
– ଟ୍ରେନ୍ ଏବଂ ବିମାନ ମାଧ୍ୟମରେ ପଞ୍ଜାବକୁ ଆସୁଥିବା ଯାତ୍ରୀମାନଙ୍କୁ କୋଭା (COVA) ଆପ୍ ମାଧ୍ୟମରେ ଇ-ପାସ୍ କରିବାକୁ ପଡିବ କିମ୍ବା ସେମାନଙ୍କୁ ରେଳ ଷ୍ଟେସନରେ ସୂଚନା ଦେବାକୁ ପଡିବ ।
-ପଞ୍ଜାବ ଯାତ୍ରୀମାନଙ୍କୁ ୧୪ ଦିନ ପାଇଁ ଘର କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।
– ରାଜ୍ୟରେ ସମସ୍ତ ପ୍ରକାର ଶିଳ୍ପ, ନିର୍ମାଣ କାର୍ଯ୍ୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ କୌଣସି ପ୍ରତିବନ୍ଧକ ବିନା କରିବାକୁ ଅନୁମତି ଦିଆଯିବ ।
– ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ଥିଏଟର, ବାର୍, ଅଡିଟୋରିୟମ୍, ବିଧାନସଭା ଖୋଲିବ ନାହିଁ ଅର୍ଥାତ୍ ୩୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ ରହିବ ।
– ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ ହେବ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ପାନ, ଗୁଟଖା ଏବଂ ତମାଖୁ ସେବନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିବ, ଯଦିଓ ଏହାର ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇନାହିଁ ହେଲେ ଏସବୁ ସେବନ ଉପରେ ସମ୍ପୂର୍ଣ୍ଣ ନିଷେଧ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top