ନ୍ୟୁଜ୍

ସେହି କାଳରାତ୍ରୀ..ନୟାଗଡ଼ରେ ସଂହାରଲୀଳା ରଚିଥିଲେ ମାଓବାଦୀ

mao

ନୟାଗଡ଼:  ବହୁଚର୍ଚ୍ଚିତ ନୟାଗଡ଼ ମାଓବାଦୀ ଆକ୍ରମଣକୁ ଆଜି ୧୨ ବର୍ଷ ପୁରିଛି  । ମାଓବାଦୀଙ୍କ ବର୍ବରକାଣ୍ଡକୁ ଆଜି ପୁରିଛି ୧୨ ବର୍ଷ । ଏହି ଆକ୍ରମଣରେ ମାଓବାଦୀଙ୍କ ଅତର୍କିତ ଗୁଳିର ସାମ୍ନା କରି ୧୫ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ଏହାସହ  ସାହସର ସହ ମାଓବାଦୀଙ୍କ ମୁକାବିଲା ମଧ୍ୟ କରିଥିଲେ ପୋଲିସ କର୍ମଚାରୀ । ପାଖାପାଖି ୩ ଘଣ୍ଟା ନରସଂହାର କରିବା ପରେ ନୟାଗଡ଼ ଛାଡ଼ିଥିଲେ। ଏହି କାଳରାତ୍ରୀକୁ ଇତି ମଧ୍ୟରେ ୧୨ ବର୍ଷ ବିତିଯାଇଛି ।

ଘଟଣା ଥିଲା ୨୦୦୮ ଫେବ୍ରୁଆରି ୧୫ ତାରିଖ ରାତିର । ନୟାଗଡ଼ ଜିଲ୍ଲାରେ ତାଣ୍ଡବଲୀଳା ରଚିଥିଲେ ମାଓବାଦୀ। ଅଘଟଣର କିଛି ଦିନ ପୂର୍ବରୁ ନୟାଗଡ଼କୁ ମାଓବାଦୀମାନେ ଆସି ପୋଲିସ ପ୍ରଶାସନର ସ୍ଥିତି ଆକଳନ କରିଥିଲେ। ଯାହାର ସାମାନ୍ୟ ସୁରାକ ଗୁଇନ୍ଦା ବି ପାଇନଥିଲା। ଫଳରେ ଅଚାନକ ମାଓବାଦୀମାନେ ନୟାଗଡ଼ ଥାନା ସମେତ ଦଶପଲ୍ଲା, ନୂଆଗାଁ ଥାନା, ଫାଣ୍ଡି, ରିଜର୍ଭ ପୋଲିସ ଅଫିସ୍‌ରେ ପଶି ବର୍ବରକାଣ୍ଡ ଘଟାଇଥିଲେ । ଯେଉଁଥିରେ ୧୫ ପୋଲିସ କର୍ମଚାରୀ ସହିଦ୍ ହୋଇଥିଲେ ।

ଶୀତ ରାତିରେ ଶୂନଶାନ୍ ଥିବା ନୟାଗଡ଼ ସହରରେ କେହି କିଛି ବୁଝିବା ପୂର୍ବରୁ ହଠାତ୍ ସଶସ୍ତ୍ର ମାଓବାଦୀ ଗୁଳିଗୋଳା ସହ ବୋମା ବର୍ଷଣ ଆରମ୍ଭ କରି ଦେଇଥିଲେ । ପୋଲିସ ଟ୍ରେନିଂ ସ୍କୁଲ୍‌ରେ ପ୍ରଥମେ ଆକ୍ରମଣ ସାରି ନୟାଗଡ଼ ଥାନା ଉପରେ ଆକ୍ରମଣ କରିଥିଲେ । ଆଉ ଏହି ଘଟଣା ଇତି ମଧ୍ୟରେ ୧୨ ବର୍ଷ ପୁରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top