X
Breaking News
ଅପରାଧ

ରେଲ୍‌ୱେ ଭିଜିଲାନ୍ସ ଅଫିସର କହି ଠକୁଥିଲା, କାବୁ କଲା ନୟାପଲ୍ଲୀ ପୋଲିସ

Vigilance

ଭୁବନେଶ୍ୱର: ନକଲି ରେଲ୍‌ୱେ ଭିଜିଲାନ୍ସ ଅଫିସର ଗିରଫ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଚଂଳରେ ରେଲୱେ ଭିଜିଲାନ୍ସର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଆଶିଷ ରଞ୍ଜନ ସିଂକୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି ।

କମରର୍ସିଆଲ ଚାକିରୀ କରାଇଦେବା କହି ଯୁବକଙ୍କଠାରୁ ୧ଲକ୍ଷରୁ ୫ଲକ୍ଷ ଟଙ୍କା ଯାଏଁ ଠକୁଥିଲା । ତେବେ ଠକାମିର ଶିକାର ହୋଇଥିବା ଶୁଭେନ୍ଦୁ କୁମାର ବେହେରା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରି ଶେଷରେ ନକଲି ରେଲୱେ ଭିଜିଲାନ୍ସ ଅଫିସର ଆଶିଷକୁ ଗିରଫ କରିଛି । ଆଶିଷର ଘର ଝାଡଖଣ୍ଡ ଅଚଂଳରବୋଲି ଜଣାପଡ଼ିଛି । ସେ ବର୍ଷେ ହେବ ଭୁବନେଶ୍ୱରରେ ଘର ଭଡା ନେଇ ରହୁଥିଲା ।

ଗିରଫ ପରେ ତା ନିକଟରୁ ଗୋଟିଏ କାର, ନକଲି ଲେଟର ପ୍ୟାଡ, ରବର ଷ୍ଟାମ୍ପ ପୋଲିସ ଜବତ କରିଛି । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top