X
Breaking News
ଟେକ୍ନୋଲୋଜି

କମ୍‌ ଖର୍ଚ୍ଚରେ ଅଧିକ ଲାଭ ! ଏସି ଚଲାଇବା ପାଇଁ ରହିଛି ସନ୍ତୋଷଙ୍କ ଲକ୍ଷ୍ୟ

SOLAR WEB CARD_UP_00000

ଭୁବନେଶ୍ୱର: ନିଜ ଘରକୁ ସୈାରଶକ୍ତିରେ ଆଲୋକିତ କରି ଉଦାହରଣ ପାଲଟିଛନ୍ତି ଭୁବନେଶ୍ୱର ନିବାସୀ ସନ୍ତୋଷ ସ୍ୱାଇଁ  । ସେ ଏକ ଅଭିନବ ପକ୍ରିୟାରେ ବିନା ବ୍ୟାଟେରୀ ଚାଳିତ ଏକ କିଲୋ ଓ୍ୱାଟର ସୋଲାର ପ୍ଲେଟ ଉଭାବନ କରିଛନ୍ତି । ଯାହାର ଦାମ୍ ବହୁତ କମ୍ ରହିଛି । ସାଧାରଣ ଲୋକଟି ମଧ୍ୟ 35000 ଟଙ୍କା ଖର୍ଚ୍ଚ କରି ଘରେ ସୋଲାର ପ୍ଲେଟ ଲଗାଇପାରିବେ  ।

ଯାହା ଦ୍ବାରା ହିଟର ମଧ୍ୟ ଚଲାଯାଇପାରିବ । କେବଳ ହିଟର ନୁହେଁ ସମସ୍ତ ବିଜୁଳି ଚାଳିତ ମେସିନ ମଧ୍ୟ ଏହି ସୋଲାର ଦ୍ବାରା ଚାଲିପାରୁଛି  । ଆମେ ଜାଣିଛେ କି ହିଟର ପାଇଁ ଆବଶ୍ୟକତା ପଡିଥାଏ ଅତ୍ୟଧିକ ବିଜୁଳି  । କିନ୍ତୁ ସନ୍ତୋଷ ଏହି ସୋଲାର ପ୍ଲେଟ ମାଧ୍ୟମରେ ହିଟର ମଧ୍ୟ ଚଲାଇପାରୁଛନ୍ତି  । ଯାହାକି ଖୁବ ସହଜରେ  । ଏହି ହିଟର ଚଲାଇବା ପାଇଁ ସେ ଏକ ସ୍ବତନ୍ତ୍ର କଏଲ ମଧ୍ୟ ବ୍ୟବହାର କରିଛନ୍ତି  । ଯାହାକୁ ଛୁଇଁଲେ କରେଣ୍ଟ ମଧ୍ୟ ମାରୁନାହିଁ  । ଯେଉଁ ମାନେ ଆଧୁନିକ ଯୁଗର ଜ୍ଞାନ କୈାଶଳ ବିଷୟରେ ଜାଣିନାହାଁନ୍ତି ସେମାନଙ୍କ ପାଇଁ ଏହା ବେଶ୍ ଲାଭପ୍ରଦ ହେବ ବୋଲି କହିଛନ୍ତି ସନ୍ତୋଷ  ।

ଏହି ସୋଲାର ପ୍ଲେଟ ମାଧ୍ୟମରେ ସେ ଫ୍ୟାନ,ବଲ୍,ଗ୍ରାଇଣ୍ଡର,ଆଇରନ,ମେସିନ୍ , ମଟର ଇତ୍ୟାଦି ଚଳାଇପାରୁଛନ୍ତି  । ଆଗକୁ ତାଙ୍କର ଲକ୍ଷ୍ୟ ରହିଛି କିପରି ଭାବରେ ଏହି ସୋଲାର ପ୍ଲେଟ ମାଧ୍ୟମରେ ଏସି ଚଲାଯାଇପାରିବ  । ସେ ଏହାକୁ କୈାଣସି କଂପାନୀକୁ ବିକ୍ରୀ ନକରି ସରକାରଙ୍କ ସହାୟତାରେ ଜାତୀୟ ସ୍ତରରେ ପହଁଚାଇବାକୁ ଚାହୁଁଛନ୍ତି  ।ସନ୍ତୋଷଙ୍କ ଏହି ଆବିଷ୍କାର ନିହାତି ଭାବେ ସ୍ୱତନ୍ତ୍ର । ଏହାଦ୍ୱାରା ବିଦ୍ୟୁତ ସଂକଟ ଦୁର ହୋଇପାରିବା ସହ ଲୋକଙ୍କ ବିଦ୍ୟୁତ ଆବଶ୍ୟକତା ମେଣ୍ଟାଯାଇ ପାରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top