ଦେଶ

ଭାରତର କିଛି ଅଂଶକୁ ନେପାଳ ମାନଚିତ୍ରରେ ସ୍ଥାନ, କେନ୍ଦ୍ର ସରକାରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ:  ନେପାଳ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ନେପାଳର ସରକାରୀ ମାନଚିତ୍ରରେ ଭାରତର କିଛି ଅଞ୍ଚଳର ଅଂଶକୁ ଅନ୍ତର୍ଭୁକ୍ତ କରିଛି।  ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି। ନେପାଳର ଏହି ସୀମା ଲଙ୍ଘିବା କାର୍ଯ୍ୟର ଦୃଢ଼ ଜବାବ ମଧ୍ୟ ଦେଇଛି ଭାରତ । ଲିମପିୟାଧୁରା, ଲିପୁଲେଖ ଓ କଲାପାନୀକୁ ନେପାଳ ତା’ର ମାନଚିତ୍ରରେ ନିଜର ବୋଲି ଦର୍ଶାଇଛି।

ନେପାଳ ଏହି ପ୍ରସଙ୍ଗରେ ଭାରତର ସ୍ଥିର ସ୍ଥିତିକୁ ଭଲଭାବେ ଜାଣିଛି।  ନେପାଳ ସରକାର ଏପରି ଦୃଷ୍ଟିକୋଣରୁ ନିବୃତ୍ତ ରହି ଏବଂ ଭାରତର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବାକୁ ଭାରତ କହିଛି।  ଏହି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟପାର ମନ୍ତ୍ରାଳୟ ର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ଏକପାଖିଆ କାର୍ଯ୍ୟ ଐତିହାସିକ ତଥ୍ୟ ଏବଂ ପ୍ରମାଣ ଉପରେ ଆଧାରିତ ନୁହେଁ। ସୀମା ବିବାଦର ସମାଧାନ ପାଇଁ ହୋଇଥିବା ନିମୟକୁ ନେପାଳ ସରକାର ଉଲ୍ଲଙ୍ଘନ କରିଛନ୍ତି।

କୁଟନୈତିକ କଥାବାର୍ତ୍ତା ମାଧ୍ୟମରେ ଉଲ୍ଲେଖନୀୟ ସୀମା ସମସ୍ୟାର ସମାଧାନ କରିବା ଦ୍ୱିପାକ୍ଷିକ ବୁଝାମଣା ର ବିପରୀତ ଅଟେ।  ଆଞ୍ଚଳିକ ଦାବି ଗୁଡିକର କୃତ୍ରିମ ବୃଦ୍ଧି ଭାରତ କେବେ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି । ୧୮୧୬ ବ୍ରିଟିଶ ଚୁକ୍ତି ଅନୁଯାୟୀ, ଉତ୍ତରାଖଣ୍ଡରେ ଥିବା ଲିପୁଲେଖ ପାସ ନେପାଳର ବୋଲି ସେଠାକାର ସରକାର ଦାବି କରିଛନ୍ତି। ଏହି ଅଞ୍ଚଳରେ ଭାରତ ଓ ନେପାଳ ପ୍ରାୟ ୧୮ଶହ କିମି ସୀମା ଶେୟାର କରିଛନ୍ତି। ସେହିପରି ୧୯୬୨ ଚାଇନା ଯୁଦ୍ଧ ପରଠାରୁ ଭାରତ ସରକାର ଲିମପିୟାଧୁରା ଓ କଲାପାନୀ ସୀମାନ୍ତକୁ ଜଗି ରହିଛି।

ମେ’ ୮ରେ କୈଳାସ ମାନସୋରଭରକୁ ସଂଯୋଗ କରୁଥିବା ଲିପୁଲେଖ ପାଖରେ ଭାରତ ସରକାର ରାସ୍ତା କାମ ଆରମ୍ଭ କରିଥିଲେ। ହେଲେ ଏହାକୁ ନେପାଳ ବିରୋଧ କରିଥିଲା। ଏହାଦ୍ୱାରା ନେପାଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି କାଠମାଣ୍ଡୁ ପକ୍ଷରୁ କୁହାଯାଇଛି। ତେବେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାସ୍ତା କାମ ଭାରତୀୟ ସୀମାରେ ହେଉଛି। ଏହାକୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବହାର କରାଯିବ। ସେହିପରି ବାଣିଜ୍ୟକ କାରବାର ଓ ସାଧାରଣ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବେ । ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top