ଦେଶ

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

firefighters-

ନୂଆଦିଲ୍ଲୀ:ଦିଲ୍ଲୀର ଅନାଜମଣ୍ଡି ଅଂଚଳରେ ଭୟାବହ ଅଗ୍ନିକାଣ୍ଡ  । ଅଗ୍ନିକାଣ୍ଡରେ 43 ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପ୍ରାୟ 50ରୁ ଅଧିକ ଲୋକ ଗୁରୁତର ଭାବେ ପୋଡିଯାଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଭୋର ସକାଳେ ଏକ 600 ଘନଫୁଟ ଓସାରର ଏକ ଦୋକାନରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୋକାନରେ ବ୍ୟାଗ୍ ଓ ବୋତଲ ରହିଥିଲା । ଏଥିରୁ ନିଆଁ ନିକଟସ୍ଥ ଏକ ବିଲଡିଂକୁ ବ୍ୟାପିଯାଇଥିଲା । ଏହି ବିଲଡିଂରେ ଶତାଧିକ ଶ୍ରମିକ ଭଡାରେ ରହୁଥିଲେ  । ସେମାନେ ବିଭିନ୍ନ କଂପାନୀରେ କାମ କରନ୍ତି  । ଅଗ୍ନିକାଣ୍ଡ ଘଟିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା  ।

ଘଟଣାସ୍ଥଳରେ ଦମକଳ ବାହିନୀ ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଥିଲା । ମାତ୍ର କ୍ଷଣକ ଭିତରେ ନିଆଁ ସଂପୂର୍ଣ୍ଣ ବିଲଡିଂକୁ ବ୍ୟାପିଯାଇଥିଲା । ଦିଲ୍ଲୀର ପ୍ରାୟ 50ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛି । ଯେଉଁମାନଙ୍କୁ ଉଦ୍ଧାର କରାଯାଇଥିଲା, ସେମାନଙ୍କୁ ସଂଗେ ସଂଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 43ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ସୂତ୍ରରୁ କୁହାଯାଇଛି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି  । ଏବେ ବି 50ରୁ ଅଧିକ ଆହତଙ୍କୁ ଚିକିତ୍ସା କରାଯାଉଛି  । ଦିଲ୍ଲୀର ରାଣୀ ଝାନସୀ ଅନ୍ତର୍ଗତ ଅନାଜ ମଣ୍ଡି ଅଂଚଳରେ ଏହି ଅଗ୍ନିକାଣ୍ଡ ଘଟିଛି  । ଉଦ୍ଧାର ଓ ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top