ଜୀବନ ମନ୍ତ୍ର

ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ବାହୁଡା ଯାତ୍ରା ସମ୍ପର୍ଣ୍ଣ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ମଧ୍ୟରେ ଚଳିତ ବର୍ଷ କୋଭିଡ କଟକଣା ମାନି ମନ୍ଦିର ପରିସରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମ୍ପର୍ଣ୍ଣ କରିଛନ୍ତି ନୂଆଦିଲ୍ଲୀ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ । ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବି ପ୍ରଧାନ ଏ ନେଇ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିୟମ ଏବଂ ଦିଲ୍ଲୀରେ କରୋନା ସ୍ଥିତିକୁ ନଜରରେ ରଖି ଭକ୍ତଙ୍କ ସୁରକ୍ଷା ପାଇଁ ଆମେ ମନ୍ଦିର ଭିତରେ ରଥଯାତ୍ରା ଏବଂ ବାହୁଡା ଯାତ୍ରା ସମ୍ପର୍ଣ୍ଣ କରିଛୁ ।

ମାଦଳା ପାଞ୍ଜିକୁ ସମ୍ମାନ ଦେଇ ରଥଯାତ୍ରାର ରୀତିନୀତିକୁ ବଜାୟ ରଖିବା ପାଇଁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିଲା । ଭକ୍ତମାନଙ୍କ ପାଇଁ ଭର୍ଚୁଆଲ ଦର୍ଶନର ବ୍ୟବସ୍ଥା ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ କରାଯାଇଥିଲା । ମନ୍ଦିର ପରିସରରେ କେବଳ ମନ୍ଦିର ପୂଜକ ଏବଂ କିଛି କମିଟି ସଭ୍ୟମାନଙ୍କୁ ନେଇ ବାହୁଡା ରୀତିନୀତି ସମ୍ପର୍ଣ୍ଣ ହୋଇଛି । କିପରି ଏହି ମହାମାରୀ ସଂସାରରୁ ହରିବ ସେ ନେଇ ମୁଁ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି ।

ରଥଯାତ୍ରା ପୂର୍ବରୁ ମନ୍ଦିର ପୂଜକ ମାନଙ୍କର କୋଭିଡ ଟେଷ୍ଟ କରାଯିବା ସହ ସେମାନଙ୍କୁ ମନ୍ଦିର ଭିତରେ ରହିବାକୁ କୁହାଯାଇଥିଲା । ବାହୁଡ଼ା ଯାତ୍ରା ପୂର୍ବରୁ ମନ୍ଦିର ଫାଟକ ନିକଟରେ ସେବାୟତମାନଙ୍କର ଏବଂ ସମସ୍ତ କମିଟି ସଭ୍ୟଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଗୁଣ୍ଡିଚା ମନ୍ଦିରର ନୀତିକାନ୍ତି କରାଯାଇଥିଲା । କୋଭିଡ୍ କଟକଣାଯୁକ୍ତ ଓ ବିନା ଭକ୍ତରେ ଘୋଷଯାତ୍ରା ପାଇଁ ମନ୍ଦିର ଅନୁମତି ଦିଲ୍ଲୀ ସରକାର  ପାଖରୁ ଆଣିଥିଲା । ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ମନ୍ଦିର ବାହାରେ ସହଯୋଗ କରିଥିଲେ । ସମସ୍ତ କୋଭିଡ ନିୟମ ଏବଂ ସର୍ତ୍ତ ମାନି ସେବାୟତମାନେ ମାସ୍କ ପିନ୍ଧି ସମସ୍ତ ନୀତିକାନ୍ତି କରୁଥିବା ଦେଖିବାକୁ ମିଲିଥିଲା ।

ଶ୍ରୀଜୀଉଙ୍କର ବାହୁଡ଼ା ଯାତ୍ରା ପରେ ଏବେ ସୁନାବେଶ, ଅଧର ପଣା ନୀତି ହେବ ଏହାପରେ ମହାପ୍ରଭୁ ନିଳାଦ୍ରି ବିଜେ କରିବେ । ତେବେ ପ୍ରତିବର୍ଷ ରଥଯାତ୍ରା ଏବଂ ବାହୁଡା ଯାତ୍ରାରେ ହଜଖାସ ଜଗନ୍ନାଥ ମନ୍ଦିରରେ ଲକ୍ଷାଧିକ ସଂଖ୍ୟାରେ ପ୍ରାବସୀ ଓଡ଼ିଆ ଯୋଗ ଦିଅନ୍ତି । 1979 ମସିହା ଠାରୁ ପ୍ରତିବର୍ଷ ଏଠାରେ ରଥଯାତ୍ରା ପାଳନ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top