ଜୀବନ ମନ୍ତ୍ର

କର୍ମକ୍ଷେତ୍ରରେ କିପରି ରହିବେ ସୁସ୍ଥ !

ଅର୍ଗସ ବ୍ୟୁରୋ: ସମୟ କ୍ରମେ ବିଶ୍ୱର ପ୍ରମୁଖ ପାନ୍ତ ସହ ଭାରତରେ ମଧ୍ୟ ଲକଡାଉନ କୋହଳ ହୋଇଛି । ଲୋକେ ଏକ ଲମ୍ୱା ସମୟ ଘରେ ବିତାଇବା ପରେ ନିଜ କାର୍ଯ୍ୟାଳୟକୁ ଯିବା ଆସିବା ଆରମ୍ଭ କରିଛନ୍ତି । କାର୍ଯ୍ୟାଳୟ ଯିବା ପରେ ଲୋକେ ନିଜ ତରଫରୁ କେତୋଟି ପଦକ୍ଷେପ ନେବା ଉଚିତ୍ । କାରଣ କୋରୋନା ମହାମାରୀ ସମୟରେ କିଛିଟା ସଚେତନାତା ଅବଲମ୍ବନ କରିବା ନିତ୍ୟାନ୍ତ ଜରୁରୀ ।  ଅଧିକାଂଶ ଅନୁଷ୍ଠାନ ପ୍ରବେଶ ଦ୍ୱାରରେ ସାନିଟାଇଜ୍ ବ୍ୟବସ୍ଥା କରିଛନ୍ତି । ଏହା ସତ୍ତ୍ୱେ ଆପଣ ନିଜ ପାଖରେ ସାନିଟାଇଜର ଓ ଟିସୁ ପେପର ରଖନ୍ତୁ ଏବଂ ଏହାର  ବ୍ୟବହାର କରନ୍ତୁ ।

କାର୍ଯ୍ୟ କରିବାର ନୂତନ ଶୈଳୀ:-

– ନିଜ ସିଟ୍ ରେ ବସିବା ପରେ କମ୍ପ୍ୟୁଟରକୁ ଭଲଭାବେ ସଫା କରିବା ସହ ହାତରେ ସାନିଟାଇଜର ଲଗାଇ କାମ ଆରମ୍ଭ କରନ୍ତୁ ।

– ଅତି ଆବଶ୍ୟକ ନ ପଡିଲେ, ଅନ୍ୟମାନଙ୍କ ସହ ମିଳାମିଶା କମ ରଖିବା ଉଚିତ୍ ।

– ଦ୍ୱିପ୍ରହର ଭୋଜନ ସମୟରେ ସବୁଠୁ ଅଧିକ ସତର୍କ ରହିବା ଜରୁରୀ । କାରଣ ଏହି ମସୟରେ କାର୍ମଚାରୀମାନେ  କାର୍ଯ୍ୟରୁ ଟିକେ ଫୂରସତ ପାଇଥାନ୍ତି ପରସ୍ପର ମଧ୍ୟରେ ବାର୍ତ୍ତାଳାପ ସହ ମିସିକି ଭୋଜନ କରିବାର । ତେବେ ଏହାକୁ ଦୃଷ୍ଟିରେ ରଖି  ଚୀନ, ଆମେରିକାରେ ଥିବା କ୍ୟାଣ୍ଟିନଗୁଡିକରେ ଲୋକଙ୍କୁ ସାମାଜିକ ଦୂରତା ରଖି ଭୋଜନ କରିବାକୁ ପରାମର୍ଶ ଦିଆଯାଇଛି ।

– ଘରକୁ ଫେରିବା ପରେ ପ୍ରଥମେ ପୋଷାକକୁ ପରିବର୍ତ୍ତନ କରି ଉଷୁମ ପାଣିରେ ହାତ-ଗୋଡ଼ ପୋଛିବା ପରେ ଅନ୍ୟ କାମ କରିବା ଉଚିତ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top