ମନୋରଞ୍ଜନ

ନଭେମ୍ବର ୧ରେ ‘ଫ୍ରମ୍‌ ମି ଟୁ ୟୁ’

ଭୁବନେଶ୍ୱର: ରିସ୍ତା ୱେଭସ୍‌ ଆଣ୍ଡ ଏଣ୍ଟରଟେନମେଣ୍ଟ ନିବେଦିତ ‘ଫ୍ରମ୍‌ ମି ଟୁ ୟୁ’ ନଭେମ୍ବର୧ରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି । ଜ୍ୟୋତି ଓ ଶ୍ରଦ୍ଧା ଏଥିରେ ପ୍ରଥମ ଥର ପାଇଁ ଯୋଡ଼ି ହୋଇଥିବା ବେଳେ ବେଶ କିଛି ଲମ୍ବା ବ୍ୟବଧାନ ପରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି ଅମ୍ଳାନ । ବନ୍ଧୁତ୍ୱର ଭିତ୍ତିଭୂମି ଉପରେ ଆଧାରିତ ଏହି ଫିଲ୍ମ । ଏହାସହ ପାରିବାରିକ ଏବଂ ଆବେଗଭରା କାହାଣୀ ଉପରେ ପର୍ଯ୍ୟବେସିତ । ଆକ୍ସନ, ଇମୋସନ ଏବଂ ସସପେନ୍ସକୁ ନେଇ ସମୃଦ୍ଧ ହୋଇଛି ‘ଫ୍ରମ୍‌ ମି ଟୁ ୟୁ’ ।

  ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ହେମନ୍ତ କୁମାର ସାହୁ । ସହଯୋଗୀ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ଅଶ୍ୱିନୀ ଗଡ଼ନାୟକ । କାର୍ଯ୍ୟକାରୀ ପ୍ରଯୋଜକ ରାଜେଶ କୁମାର ମହାନ୍ତି ଥିବା ବେଳେ କ୍ରିଏଟିଭ୍‌ ମୁଖ୍ୟ ଅଛନ୍ତି ଅଚିନ୍ତ୍ୟ ବେହେରା । ଅନ୍ୟ କଳାକାରମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପ୍ରଜ୍ଞା, ସ୍ମିତା ମହାନ୍ତି, ଶ୍ରୀଲା, ଜୀବନ ପଣ୍ଡା, କୁସୁମ ତ୍ରିପାଠୀ, ଲୀଜା, ହିମାଂଶୁ, ସୁଜିତ, ସଂଜୟ, ରାଜେନ୍ଦ୍ର, ବିଶୁ, ଜିତୁ ଓ ଅଜୟଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ ।

ବସନ୍ତରାଜ ସାମଲଙ୍କ ରଚିତ ଗୀତକୁ ସଙ୍ଗୀତ ରୂପ ଦେଇଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ । ତେବେ ଫିଲ୍ମ ‘ଫ୍ରମ୍‌ ମି ଟୁ ୟୁ’ର ଆଜିଠୁ ମୋବାଇଲ ପ୍ରିମିୟର ସୋ ଭେଇକିଲ୍‌ ସହରର ଗଳିକନ୍ଦି ସହ ବିଭିନ୍ନ କଲେଜ କ୍ୟାମ୍ପସକୁ ଯାତ୍ରା କରୁଛି । ‘ଫ୍ରମ୍‌ ମି ଟୁ ୟୁ’ର ମିଡିଆ ପାର୍ଟନର thrargus.in ଥିବା ବେଳେ ରେଡିଓ ପାର୍ଟନର ରହିଛି ‘Argus Radio ସବୁବେଳେ ବିନ୍ଦାସ୍‌’

Click to comment

Leave a Reply

Your email address will not be published. Required fields are marked *

Most Popular

To Top