ଜୀବନ ମନ୍ତ୍ର

ଭାଇରସ ଦ୍ୱାରା କ୍ୟାନ୍ସରକୁ ଠିକ୍‌ କରାଯାଇପାରିବ !

cancer

ଅର୍ଗସ ବ୍ୟୁରୋ:  କ୍ୟାନ୍ସର ଏମିତି ଏକ ରୋଗ ଯାହାର ନାଁ ଶୁଣିଲେ ସମସ୍ତଙ୍କ ମନରେ ଏକ ଭୟ ଆସିଯାଏ । ଏବେ ବିଶ୍ୱର ବିଭିନ୍ନ ଦେଶରେ କ୍ୟାନ୍ସର ରୋଗର ଉପଚାର ପାଇଁ ଅନେକ ପ୍ରକାରର ଗବେଷଣା ଜାରି ରହିଥିଲାବେଳେ ଅଷ୍ଟ୍ରେଲିଆର ଏକ କମ୍ପାନୀ ଦାବି କରିଛି ଯେ ସିଏ ଏକ ଭାଇରସ ସାହାଯ୍ୟରେ ସବୁ ପ୍ରକାର କ୍ୟାନ୍ସର ଦୂର କରିବାରେ ସଫଳତା ପାଇଛି । ଗତ ଶତାବ୍ଦୀରେ ବସନ୍ତ ରୋଗର ନିରାକରଣ ପାଇଁ ବ୍ୟବହାର କରାଯାଉଥିବା କାଓପକ୍ସ ଭାଇରସ ସହିତ ଆଉ କିଛି ଭାଇରସକୁ ମିଶାଇ ପ୍ରୟୋଗ କରିବା ପରେ କମ୍ପାନୀକୁ ଏଭଳି ସଫଳତା ମିଳିଛି । ବାୟୋଟେକ୍‌ କମ୍ପାନୀ ଇମ୍ୟୁଜିନ୍‌ ଦ୍ୱାରା ଆବିଷ୍କୃତ ଏହି ଚିକିତ୍ସା ପଦ୍ଧତିର ନାମ ରଖାଯାଇଛି ‘ସିଏଫ୩୩’ ।

ସୂଚନାନୁସାରେ, କମ୍ପାନୀର ମୁଖ୍ୟ ଗବେଷକ ତଥା ଆମେରିକାର କ୍ୟାନ୍ସର ବିଶେଷଜ୍ଞ  ପ୍ରଫେସର ୟୁମାନ ଫଙ୍ଗ କହିଛନ୍ତି ଯେ ସେମାନେ ପ୍ରଥମେ ମୂଷା ଦେହରେ ଏଭଳି ଉପାୟରେ କ୍ୟାନ୍ସର ରୋଗର ଚିକିତ୍ସା କରିଛନ୍ତି । ଏଭଳି ଭାଇରସର ପ୍ରୟୋଗ ଯୋଗୁଁ ମୂଷା ଦେହରେ କ୍ୟାନ୍ସର ଟ୍ୟୁମର ପାଉଥିବାର ଲକ୍ଷ୍ୟ କରାଯାିଛି । ସେମାନେ ଆସନ୍ତା ବର୍ଷ ମଣିଷ ଦେହରେ ଏହି ଭାଇରସର ପ୍ରୟୋଗ ଯୋଗୁଁ ମୂଷା ଦେହରେ କ୍ୟାନ୍ସର ହ୍ରାସ ପାଉଥିବାର ଲକ୍ଷ୍ୟ କରାଯାିଛି । ସେମାନେ ଆସନ୍ତା ବର୍ଷ ମଣିଷ ଦେହରେ ଏହି ଭାଇରସର ପ୍ରୟୋଗ କରିବାକୁ ଯୋଜନା କରିଛନ୍ତି । ସେଥିପାଇଁ ପ୍ରଫେସର ଫଙ୍ଗ ଏବେ ଅଷ୍ଟ୍ରେଲିଆରେ ଅବସ୍ଥାନ କରୁଛନ୍ତି । ଭାଇରସର ବ୍ୟବହାର କରି କ୍ୟାନ୍ସର ରୋଗର ଚିକିତ୍ସା କରାଯିବା କିଛି ନୂଆ କଥା ନୁହେଁ । ବମେରିକାରେ ଥଣ୍ଡାର କାରଣ ପାଳଟୁଥିବା ଏକ ଭାଇରସର ପ୍ରୟୋଗ ଯୋଗୁଁ ବ୍ରେନ ଟୁ୍ୟମର ହ୍ରାସ ପାଉଥିବାର ଲକ୍ଷ୍ୟ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top