ନ୍ୟୁଜ୍

କରୋନା ମୁକ୍ତ ଘୋଷଣା ହେବା ପରେ ନ୍ୟୁଜଲ୍ୟାଣ୍ଡରେ ପୁଣି ନୂଆ ପଜିଟିଭ୍

ଅର୍ଗସ ବ୍ୟୁରୋ : ସାରା ବିଶ୍ଵ ମହାମାରୀ କରୋନା ଭୂତାଣୁରେ କବଳିତ ଥିବା ବେଳେ ଗତ ଜୁନ 8ରେ ନ୍ୟୁଜଲ୍ୟାଣ୍ଡକୁ କରୋନା ମୁକ୍ତ ଘୋଷଣା କରାଯାଇଥିଲା । ଏହି ମଧ୍ୟରେ ପୁଣି ଥରେ ନ୍ୟୁଜଲ୍ୟାଣ୍ଡରେ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଭାରତରୁ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଥିବା 2 ଜଣ ସ୍ୱାମୀ-ସ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏକ ରିପୋର୍ଟ ଅନୁସାରେ, ସେମାନେ ଏୟାର ଇଣ୍ଡିଆ AI1306 ଫ୍ଲାଇଟରେ ଗ୍ରସ୍ତ କରିଥିଲେ।

ଗତ ଆଠ ତାରିଖରେ କରୋନା ମୁକ୍ତ ଘୋଷଣା କରାଯାଇଥିବା ନ୍ୟୁଜଲ୍ୟାଣ୍ଡରେ 16 ତାରିଖରେ ଦୁଇଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଦୁଇ ଜଣ ବିଟ୍ରିଶ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ଭାରତରୁ ଫେରିଥିବା 2 ଜଣ ପତିପତ୍ନୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ କମ୍ ବୟସ ହୋଇଥିବା କାରଣରୁ ଉକ୍ତ ଦମ୍ପତିଙ୍କ ସନ୍ତାନଙ୍କର କରୋନା ଟେଷ୍ଟ କରାଯାଇନାହିଁ। ଅନୁମାନ କରାଯାଉଛି ଯେ, ଏକାଠି ବିମାନ ଯାତ୍ରା କରିବା ସମୟରେ ସେମାନେ ସଂକ୍ରମିତ ହୋଇଥାଇ ପାରନ୍ତି।

ଏୟାର ଇଣ୍ଡିଆର ବିମାନ ଯୋଗେ ଏହି ପତିପତ୍ନୀ ନିଜ ଦେଶରେ ପହଁଚିଥିଲେ। ନ୍ୟୁଜଲ୍ୟାଣ୍ଡର ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକଙ୍କ କହିବା ମୁତାବକ, ପୂର୍ବରୁ ସେହି 2 ଦମ୍ପତିଙ୍କ ପାଖରେ କରୋନାର କୈାଣସି ଲକ୍ଷଣ ନଥିଲା, କିନ୍ତୁ କ୍ଵାରେଣ୍ଟାଇନରେ ରହିବା ପରେ ସେମାନଙ୍କର ରୁଟିନ ଚେକ୍ କରାଯାଇଥିଲା। ସେତେବେଳେ ତାଙ୍କର ପଜିଟିଭ ଆସିଥିଲା । ତେବେ ନ୍ୟୁଜିଲ୍ୟାଣ୍ଡକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏବେ 14 ଦିନିଆ କ୍ବାରେନଣ୍ଟାଇନରେ ରହିବାକୁ ହେବ । କ୍ବାରେନଣ୍ଟାଇନରେ ରହିବା ବେଳେ କୈାଣସି ଲକ୍ଷଣ ନଥିଲେ ବି ତୃତୀୟ ଏବଂ ଦ୍ୱାଦଶ ଦିନରେ କରୋନା ଟେଷ୍ଟ କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top