ଜୀବନ ମନ୍ତ୍ର

ରାଧା କୃଷ୍ଣ ମନ୍ଦିର ପରିଦର୍ଶନ କଲେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ 

ଆମେରିକା ଭଳି ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଭାରତୀୟଙ୍କ ଦବଦବା ରହିଛି । ନ୍ୟୁଜିଲାଣ୍ଡରେ ଆଗକୁ ହେବାକୁ ଥିବା ନିର୍ବାଚନରେ ପ୍ରାବସୀ ଭାରତୀୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକଥା ଆମେ କହୁନୁ, ଖୋଦ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନ ଏହା କହିଛନ୍ତି । ନିଜର ନିର୍ବାଚନ ପ୍ରଚାର ପାଇଁ ସେ  ନିକଟରେ ଅକଲ୍ୟାଣ୍ଡରେ ଥିବା ଏକ ରାଧା କୃଷ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିରଟି ଅକଲ୍ୟାଣ୍ଡରେ ଥିବା ଇଣ୍ଡିଆନ ଆସୋସିଏସନ ଦ୍ୱାରା ପରିଚାଳିତ ହେଉଛି ।

ଏହି ଅବସରରେ ନ୍ୟୁଜିଲ୍ୟାଣ୍ଡର ଥିବା ଭାରତୀୟ ଦୂତ ମୁଖେଶ ପରଦେଶୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସେ କହିଛନ୍ତି ଯେ , ହିନ୍ଦୁ ଧର୍ମ ଅନୁସାରେ ସେ ମନ୍ଦିର ବାହାରେ ଜୋତା ରଖି ପ୍ରବେଶ କରିଥିଲେ । ମନ୍ଦିରରେ ସେ ପୂଜା କରିବା ସହ ଏକ ଭାରତୀୟ ଶାକାହାରୀ ଭୋଜନ କରିଥିଲେ – ଯେଉଁଥିରେ ପୁରୀ, ଛୋଲେ ଏବଂ ଡାଲି ସାମିଲ ଥିଲା ।

ଭାରତୀୟମାନେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଜନସଂଖ୍ୟାର 5 ପ୍ରତିଶତ ଏବଂ ହିନ୍ଦୀ ଚତୁର୍ଥ ବୃହତ୍ତମ କଥିତ ଭାଷା ଭାବରେ ସେଠାରେ ଉଭା ହୋଇଛି ।ତେଣୁ ଚଳିତ ନିର୍ବାଚନ ରେ ମଧ୍ୟ ସେମାନଙ୍କର ଗୁରୁତ୍ୱ ରହିଛି । 19 ସେପ୍ଟେମ୍ବରରେ ନ୍ୟୁଜିଲ୍ୟାଣ୍ଡରେ ନିର୍ବାଚନ ହେବା ପାଇଁ ଯାଉଛି ଏବଂ ସମସ୍ତ ସର୍ଭେ ଅନୁଯାୟୀ ପିଏମ୍ ଆର୍ଡର୍ନଙ୍କ ଲେବର ପାର୍ଟି ପୁଣି ଶାସନକୁ ଫେରିବ ବୋଲି ଆଶା କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top