ନ୍ୟୁଜ୍

ଜମିରୁ ନବଜାତ ଶିଶୁପୁତ୍ର ଉଦ୍ଧାର

baby boy

ନବରଙ୍ଗପୁର:  ନବଜାତ ଶିଶୁ ପୁତ୍ର ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପରବେଲା ଗ୍ରାମ ନିକଟସ୍ଥ ଏକ ଜମିରୁ ଏକ ନବଜାତ ଶିଶୁପୁତ୍ରକୁ  ଉଦ୍ଧାର କରିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ, ପରବେଲା ଗାଁର ଦୁଲାଲ ଚନ୍ଦ୍ର ନିଜ ଚାଷ ଜମିକୁ ଚାଷ କରିବାକୁ ଯିବା ସମୟରେ ଏକ ଛୋଟ ଶିଶୁର କାନ୍ଦିବା ଶବ୍ଦ ଶୁଣିବାକି ପାଇଥିଲେ । ଏହାପରେ ଜମିରେ ଶିଶୁ ପୁତ୍ର ପଡିରହିଥିବା ଦେଖିବାକୁ ପାଇ ସେ ଗ୍ରାମବାସୀଙ୍କୁ ଜଣାଇବା ସହ ଶିଶୁ ପୁତ୍ରଟିକୁ ଯୋଡେଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ଡାକ୍ତର ଚିକିତ୍ସା ଆରମ୍ଭ କରିବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଯୋଗୁଁ ଶିଶୁକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଶିଶୁଟିକୁ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏନେଇ ଗ୍ରାମବାସୀ ରାଇଘର ଥାନାରେ ଜଣାଇବାପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏବଂ କାହିଁକି ଏଭଳି କରିଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top