ନ୍ୟୁଜ୍

ବିଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଖୋର୍ଦ୍ଧା: ପୁଣି ଅଲୋଡା ହେଲା ଶିଶୁକନ୍ୟା । କେହି ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇ ଫୋପାଡି ଦେଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରିଠାରେ । ବାଘମାରି ସ୍ଥିତ ହଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟ ବିଲ ହୁଡାରୁ ନବଜାତ ଶିଶୁ ଉଦ୍ଧାର । ଶିଶୁକନ୍ୟାକୁ ଜଣେ ସ୍ଥାନୀୟ ମହିଳା ଉଦ୍ଧାର କରିଛନ୍ତି ।

ସୂଚନାନୁସାରେ, ବାଘମାରିର ଲିଲି ନାୟକ ସକାଳୁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବାବେଳେ ଶିଶୁକନ୍ୟାର କାନ୍ଦ ଶୁଣି ତାକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ନବଜାତର ଚିକିତ୍ସା ପାଇଁ ଆମ୍ୱୁଲାନ୍ସରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କାହିଁକି ନବଜାତକକୁ ବିଲରେ ଫୋପାଡି ଦେଇଛି ତାହା ଜଣାପଡ଼ିନାହିଁ । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top