X
Breaking News
ନ୍ୟୁଜ୍

ମୃତ ବାପାକୁ ବଞ୍ଚାଇବାକୁ IPS ପୁଅର ଚିକିତ୍ସା: ଡାକ୍ତର କହିଲେ ମୃତ, ପୁଅ କହୁଛି ‘ଯୋଗ ନିଦ୍ରା’

dead

ମୃତ୍ୟୁ ପରେ ମଧ୍ୟ କଣ ଜୀବନ ଫେରିବା ସମ୍ଭବ ? ମର ଶରୀରକୁ ଜୀବନ୍ତ କରିବା ଆଶାରେ ନାନା ବିଧି-ଉପାୟ ତଥା ଚିକିତ୍ସା ପ୍ରଣାଳୀ ପ୍ରୟୋଗ କରିବା ଘଟଣା ସମୟ ସମୟରେ ଲୋକଲୋଚନକୁ ଆସିଥାଏ । ତେବେ ପୁଣି ଏବେ ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ବାପାର ମୃତ ଶରୀରକୁ ରଖି ପୁଣି ବାପାକୁ ବଞ୍ଚେଇବାର ଚେଷ୍ଟା କରିଛି ପୁଅ । ଘଟଣାଟି ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ ଘଟଣାଟି ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ, କାରଣ ଜଣେ ଆଇପିଏସ୍ ଅଫିସର ନିଜ ବାପାଙ୍କ ଶବକୁ ବଞ୍ଚାଇବାକୁ ଏପରି ପଦକ୍ଷେପ ନେଇଛନ୍ତି ।

ଭୋପାଲର ପୋଲିସ ଅଧିକାରୀ ରାଜେନ୍ଦ୍ର ମିଶ୍ରଙ୍କ ବାପା କୂଳମଣୀ ମିଶ୍ରଙ୍କ ମୃତ୍ୟୁ 14 ଜାନୁଆରୀ 2019ରେ ହୋଇଥିଲା । କିନ୍ତୁ ମୃତ୍ୟୁର ଦୁଇ ମାସ ପରେ ମଧ୍ୟ ରାଜେନ୍ଦ୍ର ନିଜ ବାପାଙ୍କ ଶବକୁ ନିଜ ସରକାରୀ ବାସଭବନରେ ରଖିଛନ୍ତି । ଏବଂ ଶବର ଆୟୁର୍ବେଦ ଚିକିତ୍ସା ମଧ୍ୟ କରାଉଛନ୍ତି । ରାଜେନ୍ଦ୍ରଙ୍କ କହିବା ହେଲା, ସଠିକ୍ ଚିକିତ୍ସା ଚାଲିଛି । ତେବେ କୂଳମଣୀ ମିଶ୍ରଙ୍କ ଶବ ନିକଟକୁ ତାଙ୍କ ପତ୍ନୀ ଶଶିମଣି ଏବଂ କିଛି ଅତି ଘନିଷ୍ଠ ସମ୍ପର୍କୀୟ ଏବଂ ଜଣେ ଡାକ୍ଟରଙ୍କୁ ଯିବାର ଅନୁମତି ରହିଛି । ଚିକିତ୍ସା କରୁଥିବା ଡାକ୍ଟର ଜଣକ ପଞ୍ଚମଢିରୁ କିଛି ଆୟୁର୍ବେଦିକ ଔଷଧ ଆଣି ମର ଶରୀରର ଚିକିତ୍ସା ଚଳାଇଛନ୍ତି । ସୂଚନା ଥାଉ କି, ମୃତ 84 ବର୍ଷୀୟ କୂଳମଣୀ ମିଶ୍ର ଓଡ଼ିଶା ସରକାରଙ୍କ ଅଫିସର ଭାବେ କାର୍ଯ୍ୟରତ ଥିଲେ ।

ayurveda

 

ଏକ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ କୂଳମଣି ମିଶ୍ରଙ୍କ ଗତ ଜାନୁଆରୀ 13ରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଏ । ଏନେଇ ତାଙ୍କୁ ଭୋପାଲସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା । ପରଦିନ ଜାନୁଆରୀ 14ରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହସ୍ପିଟାଲ ପକ୍ଷରୁ ତାଙ୍କ ମୃତ ପ୍ରମାଣପତ୍ର ମଧ୍ୟ ଦିଆଗଲା । କିନ୍ତୁ ଏଥିରେ ଆଇପିଏସ୍ ରାଜେନ୍ଦ୍ର ଶର୍ମା ବିଶ୍ୱାସ କଲେ ନାହିଁ  । ପ୍ରକାଶ ଥାଉ କି, ରାଜେନ୍ଦ୍ର ଶର୍ମା ମଧ୍ୟ ପ୍ରଦେଶର କୋପରେଟିଭ୍ ଫ୍ରଡ୍ ସେଲର ଏଡିଜିପି ଭାବେ କାର୍ଯ୍ୟରତ । ସେ ଡାକ୍ଟରଙ୍କ କଥାକୁ ବିଶ୍ୱାସ କଲେ ନାହିଁ । ଏଣୁ ବାପାଙ୍କ ଶବକୁ ଘରକୁ ଆଣି ସେ ଆୟୁର୍ବେଦିକ୍ ପଦ୍ଧତିରେ ଚିକିତ୍ସା ଆରମ୍ଭ କରିଛନ୍ତି ।

ରାଜେନ୍ଦ୍ରଙ୍କ ଅନୁସାରେ ଏଲୋପାଥୀ ଚିକିତ୍ସା ହିଁ ଏକମାତ୍ର ବିକଳ୍ପ ନୁହେଁ । ବିଶ୍ୱରେ ବିଜ୍ଞାନକୁ ଛାଡି ମଧ୍ୟ ଅନେକ କିଛି ରହିଛି । ତାଙ୍କ ଅନୁସାରେ କୂଳମଣୀ ମିଶ୍ର ତଥା ତାଙ୍କ ପିତା ଏବେ ମଧ୍ୟ ଜୀବିତ । ସେ କୁହନ୍ତି ଯେ, “ବାପାଙ୍କ ଚିକିତ୍ସା ଚାଲିଛି । ସେ ଗତ 6 ଦଶକରୁ ଯୋଗ କରୁଛନ୍ତି । ଆଉ ବର୍ତ୍ତମାନ ସେ ଯୋଗ ନିଦ୍ରାରେ ଅଛନ୍ତି । ଡାକ୍ଟର ତାଙ୍କୁ ନିଦ୍ରାରୁ ଜାଗ୍ରତ କରିବାକୁ ଚେଷ୍ଟା କରୁଛନ୍ତି । ଏଥିରେ ଭୁଲ କେଉଁଠି ରହିଲା? ଏହାକୁ ହତ୍ୟା ତ କୁହାଯାଇପାରିବ ନାହିଁ । ଯଦି ମୋ ବାପା ମରି ସାରିଥାନ୍ତେ, ତେବେ ତାଙ୍କ ଶବ ଖରାପ ହୋଇସାରିଥାନ୍ତା । ଆପଣ କୌଣସି ମର ଶରୀରର ଚିକିତ୍ସା କରିପାରିବେ ନାହିଁ । କାରଣ ଝିଟିପିଟିଟେ ବି ମରିଗଲେ ତା ଶବ ସହ ଗୋଟିଏ ରୁମରେ ରହିବା କଷ୍ଟକର ହୋଇଯାଏ । “

ସେ ପୁଣି କହିଛନ୍ତି ଯେ, “ ମୁଁ ବୁଝିପାରୁନାହିଁ, ବାହାର ଲୋକ ମୋ ବ୍ୟକ୍ତିଗତ ମାମଲାରେ ମୁଣ୍ଡ କାହିଁକି ପୁରାଉଛନ୍ତି । ବାପାଙ୍କ ଚିକିତ୍ସା କରିବା ମୋ କର୍ତ୍ତବ୍ୟ ଏବଂ ଅଧିକାର । ମୁଁ କୌଣସି ଭ୍ରଷ୍ଟାଚାର ବା ଅପରାଧ କରୁନାହିଁ ।“

Click to comment

Leave a Reply

Your email address will not be published. Required fields are marked *

Most Popular

To Top