X
Breaking News
ନ୍ୟୁଜ୍

ଏସସିଓ ସମିଟ୍‌: ପୁଣି ଡିପ୍ଲୋମେଟିକ୍‌ ପ୍ରୋଟୋକଲ ଭାଙ୍ଗିଲେ ଇମ୍‌ରାନ ଖାନ୍

Imran khan

ବିସ୍କେକ୍: କିର୍ଗିଜସ୍ତାନର ରାଜଧାନୀ ବିସ୍କେକରେ ଆୟୋଜିତ ଏସସିଓ ସମିଟ୍‌ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ରାଜନୈତିକ ପ୍ରୋଟୋକଲ ଭାଙ୍ଗିଛନ୍ତି । ସମ୍ମିଳନୀର ଉଦଘାଟନ ସମାରୋହରେ ସଦସ୍ୟ ଦେଶଗୁଡିକର ମୁଖ୍ୟ ନେତାମାନଙ୍କ ଆଗମନ ସମୟରେ ଇମରାନ ଖାନଙ୍କୁ ସମାରୋହରେ ବସିଥିବା ଦେଖିବାକୁ ମିଳିଛି । ମାତ୍ର ଅବଶିଷ୍ଟ ସମସ୍ତ ଦେଶର ପ୍ରମୁଖଙ୍କ ହଲରେ ପ୍ରବେଶ କରିବା ସମୟରେ ତାଙ୍କ ସ୍ୱାଗତ ପାଇଁ ଅନ୍ୟମାନେ ଛିଡା ହେଉଥିଲେ, ଯାହାକି କୁଟନୈତିକ ପ୍ରୋଟୋକଲ ମଧ୍ୟ ରହିଛି ।

ଉଦଘାଟନ ସମାରୋହ ସମୟରେ ସମସ୍ତ ଦେଶର ପ୍ରମୁଖ ଜଣେ ଜଣେ କରି ହଲରେ ପ୍ରବେଶ କରୁଥିଲେ । ଏହି ସମୟରେ ସେଠି ଉପସ୍ଥିତ ଥିବା ସମସ୍ତ ଅତିଥି ଛିଡା ହୋଇ ସ୍ୱାଗତ କରୁଥିଲେ । ଏହି ସମୟରେ କେବଳ ଇମରାନ ଖାନ ହିଁ ଏକୁଟିଆ ଏମିତି ବ୍ୟକ୍ତି ଥିଲେ, ଯିଏ ଚେୟାରରେ ବସିଥିଲେ । କିନ୍ତୁ କିଛି ସମୟ ପରେ ଜାଣିପାରିଲେ କି ପୂରା ସମାରୋହରେ ଏକୁଟିଆ ସେ ହିଁ ବସିଛନ୍ତି ଓ ଅନ୍ୟମାନେ ଛିଡା ହୋଇଛନ୍ତି । ଏହାର ତୁରନ୍ତ ପରେ ସେ ଛିଡା ହୋଇଗଲେ, କିନ୍ତୁ ପୁଣି ଥରେ ବସିପଡ଼ିଥିଲେ । ଏହାପୂର୍ବରୁ ଇମରାନ ସାଉଦି ଆରବରେ ଆୟୋଜିତ ୧୪ତମ ଓଆଇସି ଶିଖର ସମ୍ମିଳନୀରେ ବି ପ୍ରୋଟୋକଲ ଭାଙ୍ଗିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top