X
Breaking News
ଦେଶ

ଏସସିଓ ସମିଟ୍‌: ଆତଙ୍କବାଦ ବିରୁଦ୍ଧରେ ସମସ୍ତ ଦେଶକୁ ଏକାଠି ଲଢିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Modi

ଅର୍ଗସ ବ୍ୟୁରୋ: କିର୍ଗିସ୍ତାନର ରାଜଧାନୀ ବିସ୍କେକ୍‌ରେ ଆୟୋଜିତ ଏସସିଓ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ପ୍ରସଙ୍ଗଙ୍କୁ ନେଇ ପାକିସ୍ତାନକୁ କରିଛନ୍ତି ଟାର୍ଗେଟ୍ । ମଧ୍ୟ ଏସିଆରେ ଚାବହାର ପୋର୍ଟ ଏବଂ ଅସ୍କାବାତ ବାଣିଜ୍ୟ ବୁଝାମଣା ନେଇ ଆଲୋଚନା କରିବା ସମୟରେ ପିଏମ୍ ମୋଦି ଆଫଗାନିସ୍ତାନ ବିଷୟ ଉଲ୍ଲେଖ କରି ଦେଶରେ ଶାନ୍ତି ଓ ସ୍ଥିରତା ବହୁତ ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି ।

ଆତଙ୍କବାଦ ସହ ମୁକାବିଲା ପାଇଁ ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ କରିଛନ୍ତି । ମୋଦି କହିଛନ୍ତି ଯେ, ଶ୍ରୀଲଙ୍କାରେ ଆତଙ୍କବାଦର ଜଘନ୍ୟ ଚିତ୍ର ସାରା ଦୁନିଆ ଦେଖିଲା । ସମାଜକୁ ଆତଙ୍କୀ ମୁକ୍ତ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ସମସ୍ତ ମାନବବାଦୀ ଶକ୍ତି ଏକାଠି ହେବାକୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ କରିଛନ୍ତି ।

ଏହାସହ ମୋଦି କହିଛନ୍ତି ଯେ, ସମସ୍ତ ଦେଶ ଆତଙ୍କ ସହ ମିଳିମିଶି ଲଢିବା ଉଚିତ । ତେବେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ପାଇଁ ଯେଉଁ ଦେଶ ସେମାନଙ୍କୁ ଫଣ୍ଡିଂ କରୁଛି, ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉତ୍ତରଦାୟୀ କରିଛନ୍ତି ।

ଅନ୍ୟପଟେ ସମିଟ୍‌ରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଣଦେଖା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ମିଳନୀର ଉଦଘାଟନୀ ସମାରୋହ ପାଇଁ ଗୋଟିଏ ଛାତ ତଳେ ଦୁଇ ନେତା ଉପସ୍ଥିତ ଥିଲେ ମଧ୍ୟ ହାତ ପରସ୍ପର ସହ ମିଳାଇ ନ ଥିଲେ କି କଥା ହୋଇ ନଥିଲେ । ଏପରିକି ମୋଦି ଅନ୍ୟ ନେତାମାନଙ୍କ ସହ ହାତ ମିଳାଇଥିଲେ ମଧ୍ୟ ଇମ୍ରାନଙ୍କ ଆଡକୁ ଚାହିଁ ନ ଥିଲେ । କିଛି ସମୟ ପରେ ଇମ୍ରାନ ଆସନ ଛାଡି ଚାଲିଯାଇଥିଲେ । ପୂର୍ବରୁ ଯେକୌଣସି ସମସ୍ୟା ସମ୍ପର୍କରେ ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଇମ୍ରାନ ମୋଦିଙ୍କୁ ଚିଠି ଲେଖିଥିଲେ । ତେବେ ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗେ ସମ୍ଭବ ନୁହଁ ବୋଲି ଭାରତ ଦର୍ଶାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top