X
Breaking News
ନ୍ୟୁଜ୍

ଭାବନ୍ତୁ ତ…ବଲିଉଡ୍ ଜଙ୍ଗଲୀ ବିଲ୍ଲି ନିଜ ହଲିଉଡ୍ ପତିଙ୍କୁ କ’ଣ କହି ଡାକନ୍ତି ?

Priyanka Nick

ବଲିଉଡ୍ ଜଙ୍ଗଲୀ ବିଲ୍ଲି ପ୍ରିୟଙ୍କା ଚୋପ୍ରା ଆଉ ହଲିଉଡ୍ ଷ୍ଟାର୍ ନିକ୍ ଜୋନସ୍‌ଙ୍କ ମଧ୍ୟରେ ଥିବା ପ୍ରେମ କାହାକୁ ବା ଅଛପା ! ବାହାଘର ପରଠାରୁ ହିଁ ଉଭୟ ମଝିରେ ମଝିରେ ନିଜ ପ୍ରେମ ନିବେଦନ କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ତେବେ ଫ୍ୟାନ୍ସ କେବେ ଭାବିଛନ୍ତି କି ? ଏହି ଷ୍ଟାର କପଲ୍‌ ପରସ୍ପରକୁ ସ୍ନେହରେ କେଉଁ ନାମରେ ଡାକୁଥିବେ?

ତେବେ ପ୍ରିୟଙ୍କା ନିଜ ସ୍ୱାମୀ ନିକ୍‌ଙ୍କୁ କଣ କହି ଡାକନ୍ତି, ତାହାର ହୋଇଯାଇଛି ପର୍ଦ୍ଦାଫାଶ୍ । ନିକଟରେ ନିକ୍ ପ୍ରିୟଙ୍କାଙ୍କ ସହ ଏକ ସେଲ୍‌ଫି ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ନିକ୍ ଲେଖିଥିଲେ ‘ମିସ୍ ୟୁ’ । ତେବେ ନିକ୍‌ଙ୍କ ଏହି ଫଟୋରେ ଉତ୍ତର ଦେବାକୁ ଯାଇ ପ୍ରିୟଙ୍କା ତାଙ୍କୁ ଭାରତରେ ସବୁ ପ୍ରେମିକା ନିଜ ପ୍ରେମିକଙ୍କୁ ଯାହା ଡାକନ୍ତି ତାହା ଲେଖିଥିଲେ । ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ବି,ଏହା ସତ । ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ନିଜ ହଲିଉଡ ପତିଙ୍କୁ ‘ବାବୁ’ ବୋଲି ଲେଖି ନିଜ ପ୍ରେମ ନିବେଦନ କରିଛନ୍ତି ।

ଏଠାରେ କହିରଖୁଛୁ ଯେ, ପ୍ରିୟଙ୍କା ଆଜିକାଲି ନିଜର ଅପକମିଂ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍’ର ସୁଟିଂ ପାଇଁ ଭାରତରେ ଅଛନ୍ତି । ଏହି କରାଣକୁ  ନିକ୍ ତାଙ୍କୁ ବହୁତ୍ ମନେ ପକାଉଛନ୍ତି । ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି ଉଭୟ । କିନ୍ତୁ ସୋସିଆଲ ମିଡିଆରେ ଉଭୟଙ୍କ ପ୍ରେମ ନିବେଦନ ଦେଖି କିନ୍ତୁ ଫ୍ୟାନ୍ସ ଏକଦମ୍ ଖୁସ୍ ।

 

View this post on Instagram

 

The Chopra FamJam ! Happy early birthday ma.. we love you!! @siddharthchopra89 #kunalbhogal @parineetichopra @madhumalati

A post shared by Priyanka Chopra Jonas (@priyankachopra) on

Click to comment

Leave a Reply

Your email address will not be published. Required fields are marked *

Most Popular

To Top