ନ୍ୟୁଜ୍

ବିଧାୟକଙ୍କୁ ଅଙ୍ଗୁଳି ଉଠାଇ ବିବାଦରେ ଥିବା ନୀଳଗିରି ତହସିଲଦାର ପୁଣି ଚର୍ଚ୍ଚାରେ

ବାଲେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ନୀଳଗିରି ତହସିଲଦାର  ସୁଶ୍ରୀତା ଟୁଡୁ । ପ୍ରଥମେ ବିଧାୟକଙ୍କୁ ଅଙ୍ଗୁଳି ଉଠାଇ ବିବାଦକୁ ଆସି ଚର୍ଚ୍ଚାକୁ ଆସିଥିବା ତହସିଲଦାର ଏଥର ନିଜ ସରକାରୀ ଗାଡିକୁ ଚଲାଇ ଦୁର୍ଘଟଣା ଘଟାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସରକାରୀ ଗାଡି ନିଜେ ଚଳାଇ ଯାଉଛନ୍ତି ତହସିଲଦାର ଆଉ ତହସିଲଦାରଙ୍କ ଗାଡି ଡ୍ରାଇଭର ଚଳାଉଛନ୍ତି ଟ୍ରାକ୍ଟର । ଆଉ ରାସ୍ତା ଉପରେ ତହସିଲଦାର ବେପରୁଆ ଗାଡି ଚଳାଇବାରୁ କେମିତି ଆହତ ହୋଇଛନ୍ତି ଦୁଇଜଣ ଲୋକେ । ଏକ ଭିଜୁଆଲ୍ ହିଁ ସ୍ପଷ୍ଟ କରୁଛି କେମିତି ଗାଡି ଚାଳନା କରୁଛନ୍ତି ତହସିଲଦାର ।

ଆଜି ତହସିଲଦାର ସ୍ଥାନୀୟ ମିରିଗିଣୀ ଅଞ୍ଚଳକୁ ଚଢ଼ାଉ କରିବାକୁ ଯାଇଥିବା ବେଳେ ଏକ ଟ୍ରାକ୍ଟରକୁ ଧରିଥିଲେ । ଟ୍ରାକ୍ଟର ଚଳାଇବା ପାଇଁ ଡ୍ରାଇଭରଙ୍କୁ ଦେଇଥିବା ବେଳେ ନିଜେ ସରକାରୀ ଜିପକୁ ଚଳାଇ ଆସୁଥିଲେ । ଏଥିରେ ବିଶ୍ବମ୍ବର ଦାସ ଓ ପ୍ରିୟନାଥ ବେହେରା ଗୁରୁତର ଭାବେ ଆହତ ହୋଇ ନୀଳଗିରି ଡାକ୍ତରଖାନରେ ଭର୍ତି ହୋଇଛନ୍ତି ।

ତେବେ ଏଭଳି ବେପରୁଆ ଦୁର୍ଘଟଣା ଘଟାଇ ସେ ସେଠାରୁ ପଳାଇ ଆସିଥିଲେ । ଯାହାକି ତହସିଲଦାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ସରକାର ତହସିଲଦାରଙ୍କୁ ଡ୍ରାଇଭର ଦେଇଥିବା ବେଳେ ସେ କାହିଁକି ଗାଡି ଚଳାଇ ଆସିଲେ ? ଗାଡି ସିଜ୍ କରିବା ପରେ ଗାଡି ଆଣିବା ପାଇଁ ଅନ୍ୟ ବ୍ୟବସ୍ଥା କଣ ପାଇଁ କରିନଥିଲେ ତାହାକୁ ନେଇ ଏବେ ସାଧାରଣରେ ହେଉଛି ଭିନ୍ନ ଚର୍ଚ୍ଚା ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top