ନ୍ୟୁଜ୍

ବିବାଦରେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ

nilagiri tahasildar

ବାଲେଶ୍ୱର:  ବିବାଦରେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ । ବିଧାୟକଙ୍କୁ ଆଙ୍ଗୁଳି ଦେଖାଇ କଥାବାର୍ତ୍ତା କରିଥିବା ତହସିଲଦାର ପୁଣି ଥରେ ବିବାଦରେ । ଶନିବାର ଅପରାହ୍ନରେ ତହସିଲଦାର ତାଙ୍କ ସରକାରୀ ଗାଡି ନିଜେ ଚଳାଇ ଆସୁଥିବା ବେଳେ ବେପରୁଆ ଭାବରେ ଗାଡିକୁ ସାଇଡ କରିଦେବାରୁ ଧକ୍କାରେ ଦୁଇ ଯୁବ ସାମ୍ବାଦିକ ଗୁରୁତର ହୋଇଛନ୍ତି। ସେ ମିରିଗିଣୀ ଅଞ୍ଚଳକୁ ଚଢ଼ାଉ କରିବାକୁ ଯାଇଥିବା ବେଳେ ଏକ ଟ୍ରାକ୍ଟରକୁ ଧରିଥିଲେ। ଫଳରେ ତାଙ୍କ ଗାଡିର ଡ୍ରାଇଭର ଟ୍ରାକ୍ଟରକୁ ଚଳାଛଥିବା ବେଳେ ସେ ନିଜେ ସରକାରୀ ଜିପକୁ ଚଳାଇ ଆସୁଥିଲେ।

ତେବେ ଏହି ସମୟରେ ଦୁଇଜଣ ସାମ୍ବାଦିକ ଫଟୋ ସଂଗ୍ରହ କରୁଥିବା ବେଳେ ତହସିଲଦାର ବେପରୁଆ ଭାବେ ଗାଡି ବ୍ରେକ ମାରିଦେଇଥିଲେ । ଫଳରେ ଦୁଇଜଣ ସାମ୍ବାଦିକ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ମାନବିକତା ଦୃଷ୍ଟିକୋଣରୁ ମଧ୍ୟ ସେ ଅଟକି ନଥିଲେ । ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି । ଆକ୍ରୋଶମୂଳକ ଭାବେ ତହସିଲଦାର ଏପରି କରିଥିବା ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉପଜିଲ୍ଲାପାଳ ହରିଶ ଜେନା ଆହତ ସାମ୍ବାଦିକଙ୍କୁ ଭେଟିଥିବା ବେଳେ ଏସଡିପିଓ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସାମ୍ବାଦିକମାନେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top