ରାଜ୍ୟ

ଲୋକଙ୍କୁ ଚୋର କହି ପୁଣି ବିବାଦରେ ନୀଳଗିରି ତହସିଲଦାର

ବାଲେଶ୍ୱର: ବିବାଦରେ ରହିବାକୁ ଭଲ ପାଉଥିବା ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ପୁଣିଥରେ ଚର୍ଚ୍ଚାରେ । ପୁର୍ବରୁ ଦୁଇ ଦୁଇଟି ବିବାଦରେ ଫସିଥିବା ସୁଶ୍ରୀତା ଏଥର ନିଜ ସୀମା ଟପିଯାଇଛନ୍ତି ।

ଏଥର ଲୋକମାନଙ୍କୁ ଚୋର ବୋଲି କହିବାକୁ ବି ପଛାଇନାହାନ୍ତି ସୁଶ୍ରୀତା ଟୁଡୁ । ପୂର୍ବରୁ ବିଧାୟକଙ୍କୁ ଦୁର୍ବ୍ୟବାହର ପରେ ନିଜେ ସରକାରୀ ଗାଡ଼ି ଚଳାଇ ଚର୍ଚ୍ଚାକୁ ଆସିଥିବା ନୀଳଗିରି ତହସିଲଦାର ଏଥର ଲୋକମାନଙ୍କୁ ଚୋର କହିଛନ୍ତି । ଯାହାକୁ ବିରୋଧ କରି ଲୋକମାନେ ରାସ୍ତା ଅବରୋଧ କରିଛନ୍ତି ।

 ଅଭିଯୋଗ  ଅନୁଯାୟୀ ଏକ ବାଲି ବୋଝେଇ ଡମ୍ଫର  ଯାଉଥିବାବେଳେ ତହସିଲଦାର ଅଟକାଇ ପର୍ମିଟ୍ ଛଡାଇ ନେବା ସହ ଗାଳିଗୁଲଜ  କରିଥିଲେ । ଲୋକଙ୍କୁ ଚୋର ମଧ୍ୟ କହିଥିଲେ ବୋଲି ଅଭିଯୋଗ ହୋଇଛି । ଏଥିରେ ଲୋକେ ଉତ୍ତେଜିତ ହେବା ସହ ତହସିଲଦାରଙ୍କୁ ଘେରାଉ କରିଛନ୍ତି । ରାସ୍ତା ବନ୍ଦ ଅଛି । ଘଟଣାସ୍ଥଳରେ ଉତ୍ତଜେନା ବୃଦ୍ଧି ପାଉଥିବା ବେଳେ ନୀଳଗିରି ପୋଲିସ ଓ ଉପଜିଲାପାଳ ପହଁଚିଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top