ଦେଶ

ନିର୍ଭୟା ଦୋଷୀ ଫାସୀ ପୂର୍ବରୁ ତିହାଡ ଜେଲ୍‌ରେ ଏପରି କାଟୁଛନ୍ତି ଜୀବନ…

nirvaya

ନୂଆଦିଲ୍ଲୀ: ନିର୍ଭୟା ଅଭିଯୁକ୍ତଙ୍କୁ ଫାସୀ ହେବା ଖବର ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । 4 ଅଭିଯୁକ୍ତଙ୍କୁ ତିହାଡ଼ ଜେଲକୁ ନିଆଯାଇଛି। ଏନେଇ ଜେଲ ପ୍ରଶାସନ ପୁରା ପ୍ରସ୍ତୁତି ମଧ୍ୟ କରିସାରିଛନ୍ତି । ତେବେ ଏହି ମଧ୍ୟରେ 4 ଅଭିଯୁକ୍ତ ଜେଲ ଭିତରେ ତାଙ୍କ ଶେଷ ଦିନକୁ କିପରି ଭାବେ କାଟୁଛନ୍ତି ଆସନ୍ତୁ ଜାଣିବା

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାସୀ ଦଣ୍ଡ ପାଇଥିବା ଏହି 4 ଅଭିଯୁକ୍ତ ଏବେ ଲଗାତାର ବୈଦ୍ୟୁତିକ ଗଣମାଧ୍ୟରେ ଚାଲିଥିବା ଖବର ଉପରେ ନଜର ରଖୁଛନ୍ତି । ଜେଲ ସୁତ୍ରରୁ ପ୍ରକାଶ ଖବର ଅନୁଯାୟୀ ଏହି 4 ଅଭିଯୁକ୍ତ ଟେଲିଭିଜନରେ ଚାଲୁଥିବା ନିଜ ନିଜ  ଫାସୀ ଖବର ଦେଖି ମର୍ମାହତ  ହେବା ଭୟଭୀତ ହେଉଛନ୍ତି । ତେବେ ଏହି କାରଣକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ  ସକାଳ ସନ୍ଧ୍ୟାରେ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଉଛି ।

ମଣ୍ଡୋଲି ଜେଲରୁ ଅଭିଯୁକ୍ତ ପବନକୁ  ତିହାଡ ଜେଲକୁ ସିପ୍ଟ କରିବା ନେଇ  ଅନ୍ୟ ଅଭିଯୁକ୍ତମାଙ୍କ ଡର ଆହୁରି ଦୁଇ ଗୁଣ ବଢିଯାଇଛି । ଜେଲ ସୁତ୍ର ଅନୁସାରେ ପବନ ତିହାଡ ଜେଲକୁ ଆସିବାପରେ  ଜିଲ୍ଲରେ ଚର୍ଚ୍ଚା ଚାଲିଛି ଯେ, 4 ଅଭିଯୁକ୍ତଙ୍କୁ ଏକା ସାଙ୍ଗେ ଫାସି ଦିଆଯିବ । କିନ୍ତୁ ଏହା ଏବେ ସ୍ପଷ୍ଟ ହୋଇନାହିଁ ଯେ ଫାସୀ ପ୍ରଥମେ କାହାକୁ ଦିଆଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top