ଅପରାଧ

ଦୋଷୀ ଅକ୍ଷୟକୁ ଫାଶୀରୁ ବଞ୍ଚାଇବା ପାଇଁ ସ୍ତ୍ରୀର ନୂଆ ଚାଲ୍‌: ଛାଡପତ୍ର ଆଳ ନେଲା ଅକ୍ଷୟ ସ୍ତ୍ରୀ

ନୂଆଦିଲ୍ଲୀ:  ବିଧବା ହେବା ଅପେକ୍ଷା ଛାଡପତ୍ର ଭଲ । ଏଭି ଭିତ୍ତିରେ ନିର୍ଭୟା ଦୋଷୀଙ୍କ ପତ୍ନୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ବାକି ଜୀବନ ବିଧବା ହୋଇ କାଟିପାରିବେନି ବୋଲି ଦର୍ଶାଇ ନିର୍ଭୟା ଦୋଷୀ ଅକ୍ଷୟର ପତ୍ନୀ ଏହି ଆବେଦନ କରିଛନ୍ତି । ବିହାରର ଔରଙ୍ଗାବାଦର ଅଦାଲତରେ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏହି ଆବେଦନ ପତ୍ରରେ ଅକ୍ଷୟର ପତ୍ନୀ କହିଛନ୍ତି, ସେ ବିଧବା ହୋଇ ବଞ୍ଚି ପାରିବେ ନାହିଁ। ଏହିକାରଣରୁ ତାଙ୍କୁ ଛାଡପତ୍ର ଦିଆଯାଉ।

ଅକ୍ଷୟର ପତ୍ନୀ ପୁନିତା ହିନ୍ଦୁ ବିବାହ ଅଧିନିୟମ ୧୩.୨.୨ ଅନ୍ତର୍ଗତ ଛାଡପତ୍ର ରୁଜୁ କରିଛନ୍ତି। ପୁନିତା ଅଦାଲତରେ ଆବେଦନ କରିଥିବା ପ୍ରାର୍ଥନା ପତ୍ରରେ ଲେଖିଛନ୍ତି, ମୋ ପତି ନିର୍ଦୋଷ କିନ୍ତୁ ନ୍ୟାୟାଳୟ ଦୃଷ୍ଟିକୋଣରୁ ସେ ଦୋଷୀ। କାନୁନ୍‌ ଅନୁଯାୟୀ ବଳତ୍କାରୀଙ୍କ ପତ୍ନୀ ଛାଡପତ୍ର ନେଇପାରିବେ। କାରଣ ସେ ତାଙ୍କର ବାକି ଜୀବନ ବିଧବା ରୂପେ ଅତିବାହିତ କରିବା ପାଇଁ ପ୍ରସ୍ତୁତ ନାହାନ୍ତି। ନିର୍ଭୟା ଦୋଷୀ ଔରଙ୍ଗାବାଦର ଲହଂଗ କର୍ମା ଗ୍ରାମରେ ରହୁଥିବା ଅକ୍ଷୟ ଠାକୁରକୁ ଆସନ୍ତା ୨୦ ମାର୍ଚ୍ଚରେ ତା’ର ତିନି ଜଣ ସାଥୀଙ୍କ ସହ ଦିଲ୍ଲୀର ତିହାଡ ଜେଲରେ ଫାଶୀ ଦିଆଯିବ। ଏହାପୂର୍ବରୁ ଅକ୍ଷୟର ପତ୍ନୀ ଔରଙ୍ଗାବାଦ କୋର୍ଟରେ ଆବେଦନ କରିଥିବା ପ୍ରାର୍ଥନା ପତ୍ର ଉପରେ ଆସନ୍ତାକାଲି ଶୁଣାଣି ହେବାପାଇଁ ସ୍ଥିର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top