ଅପରାଧ

ବାପାଙ୍କୁ ଶେଷ ସାକ୍ଷାତ କଲା ଅଭିଯୁକ୍ତ ବିନୟ

nirvaya

ନୂଆଦିଲ୍ଲୀ: ବାପାଙ୍କୁ ଶେଷ ସାକ୍ଷାତ କଲା ଅଭିଯୁକ୍ତ ବିନୟ । ତିହାଡ ଜେଲ୍‌ର ଓ୍ୱାର୍ଡ ନମ୍ବର 4ରେ ସବୁଦିନ ପରି ମଧ୍ୟ ଆଜି ଭୟର ବାତାବରଣ ଥିଲା । ଫାଶୀର ତାରିଖ ନିର୍ଦ୍ଧାରିତ ହେବା ପରେ  ନିର୍ଭୟାର 4 ଦୋଷୀଙ୍କ ଏହି ଓ୍ୱାର୍ଡରେ ରଖାଯାଇଛି । ତେବେ ମଙ୍ଗବାର ଦିନ ଅପରାହ୍ନରେ  ଜଣେ ଜେଲ କର୍ମଚାରୀ ଅଭିଯୁକ୍ତ ବିନକୁ ଡାକି କହିଥିଲେ ଯେ ତୁମକୁ ଜଣେ ବ୍ୟକ୍ତି ସାକ୍ଷାତ କରିବାକୁ ଆସିଛନ୍ତି । ନିଜ ସେଲ୍‌ର ଚଟାଣରେ ଏକାନ୍ତ ବସିଥିବା ବିନୟ ଏହା ଶୁଣି ମନ୍ଥର ଗତିରେ ଭିଜିଟର ରୁମ୍‌ରେ ପହଞ୍ଚିଥିଲା ।

ବାପାଙ୍କୁ ସାମ୍ନାରେ ଦେଖି ବିନୟ କାନ୍ଦି  ପକାଇଥିଲା ।  ଏହି ସମାନ ଅବସ୍ଥା ତା ବାପାଙ୍କର ମଧ୍ୟ ଥିଲା । ସେହିସମୟରେ  ଅଭିଯୁକ୍ତ ବିନୟ ମୁହଁରୁ ହଠାତ୍‌ ବାହାରିଥିଲା ଯେ, ବାପା ଥରୁଟେ ଶେଷଥର ପାଇଁ ମୋତେ ଆଲିଙ୍ଗନ କରିନିଅ ।  ଏହାପରେ ବାପ ପୁଅ ମଧ୍ୟରେ ଦୀର୍ଘ ଏକ ଘଣ୍ଟା ସାକ୍ଷାତ  ଓ ବାର୍ତ୍ତାଳାପ ହୋଇଥିଲା । ଏହି ବାର୍ତ୍ତାଳାପ ମଧ୍ୟରେ ବିନୟ ଭାବବିହ୍ୱଳ ହୋଇପଡିଥିଲା । ପରମୂହୁର୍ତ୍ତରେ ବିନୟ ମୂର୍ଚ୍ଛା ହୋଇ ତଳେ ପଡିଯାଇଥିଲା । ଜେଲ କର୍ମଚାରୀ ସେଠାରୁ ବିନୟକୁ ସେଲ୍‌କୁ ନେଇଥିଲେ । ତେବେ ଅଭିଯୁକ୍ତ ବିନୟର ନିଜ ପରିବାରକୁ ସାକ୍ଷାତ କରିବାର ଏହା ଶେଷ ସୁଯୋଗ ଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top