ଦେଶ

ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ପହଞ୍ଚିଲା ୪ ଦୋଷୀଙ୍କ ଶବ, ଶବକୁ ପୋଷ୍ଟମର୍ଟମ କରିବେ ୫ ଜଣିଆ ଡାକ୍ତର ଟିମ୍‌

ନୂଆଦିଲ୍ଲୀ: ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ପହଞ୍ଚିଲା 4 ଦୋଷୀଙ୍କ ଶବ, 5ଟି ଡାକ୍ତର ଟିମ୍‌ ଏହି ଦାଷୀମାନଙ୍କ ଶବକୁ ପୋଷ୍ଟମର୍ଟମ କରିବେ ।

ହସ୍ପିଟାଲରେ ପହଞ୍ଚିବା ପରେ ତିହାଡ ଜେଲ୍‌ର ଲକ୍‌ଡାଉନ୍‌  ଶେଷ କରାଯାିଛି । ସମସ୍ତ ଜେଲ୍‌ର ଲକ୍‌ଅପ୍‌କୁ ଖୋଲା କରିଦିଆଯାଇଛି । ଜେଲ୍‌ ଭିତରେ  ସୁରକ୍ଷାର  ଦାୟିତ୍ୱ ସମ୍ଭାଳୁଥିବା  ତାମିଲନାଡୁର ପୋଲିସ୍‌  ଫ୍ଲାଗ୍‌ ମାର୍ଚ୍ଚ କରିଛନ୍ତି । ଡା. ବିଏନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  5ଜଣିଆ ଡାକ୍ତର ମେଡିକାଲ ପ୍ୟାନେଲ ଶବର ପୋଷ୍ଟମର୍ଟମ କରିବେ । ଏହି ସମସ୍ତ ପ୍ରକ୍ରିୟାର ଭିଡିଓ ମଧ୍ୟ ରେକର୍ଡିଂ କରାଯିବ ।

ଏହି 4 ଦୋଷୀମାନେ ସେମାନଙ୍କର କୌଣସି ଶେଷ ଇଚ୍ଛା ପ୍ରକାଶ କରିନଥିଲେ । ତିହାଡ ଜେଲ୍‌ ପ୍ରଶାସନଙ୍କ କହିବାନୁଯାୟୀ  ଦୋଷୀମାନେ ଜେଲ୍‌ରେ  ରୋଜଗାର କରିଥିବା ଟଙ୍କା କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତଗତ କରାଯିବ ।  ଏହାବ୍ୟତିତ ଦୋଷୀମାନଙ୍କ କପଡା ଓ ସମସ୍ତ ଜିନିଷ ମଧ୍ୟ ତାଙ୍କ ପରିବାର ଲେକଙ୍କୁ ହସ୍ତଗତ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top