ଅପରାଧ

ଭାବବିହ୍ୱଳ ହୋଇ ଝିଅର ଫଟୋକୁ  ଜାବୁଡି ଧରିଲେ ମା’: କହିଲେ,ଶେଷରେ ତୋତେ ନ୍ୟାୟ ମିଳିଲା

ନୂଆଦିଲ୍ଲୀ: ଝିଅର ଫଟୋକୁ  ଜାବୁଡି ଧରି ମା କହିଲେ ଶେଷରେ ତୋତେ ନ୍ୟାୟ ମିଳିଲା ।  ଦୀର୍ଘ 7 ବର୍ଷ, ତିନି ମାସ ଓ ତିନି ଦିନ ପରେ ଆଜି ଶେଷରେ ମିଳିଲା  ନିର୍ଭୟାଙ୍କୁ ନ୍ୟାୟ । ଆଜି ସକାଳ 5ଟା 30ରେ  ତିହାଡ ଜେଲରେ 4 ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି ।  4 ଦୋଷୀଙ୍କୁ ଏକା ସାଙ୍ଗେ ଫାଶୀ ଖୁଣ୍ଟରେ ଝୁଲାଯାଇଛି ।

ତେବେ ନିର୍ଭୟା ଦୋଷୀଙ୍କ ଫାଶୀ କେଶ୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ  ସର୍ବୋଚ୍ଚ ଅଦାଲତ ଖୋଲା ରହିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋଷୀମାନଙ୍କ ଓକିଲ ଏପି ସିଂହ ଅଭିଯୁକ୍ତଙ୍କ ଫାଶୀ ତାରିଖ ଟାଳିବା ପାଇଁ ପୁରା ଚେଷ୍ଟା ଚଲାଇଥିଲେ । କିନ୍ତୁ ଶେଷରେ ସୁପ୍ରିମକୋର୍ଟ ଦେଶର ଝିଅକୁ ନ୍ୟାୟ ଦେଇ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ଏହି 4 ଦୋଷୀଙ୍କୁ । ୟାକୁବ ମେମନର ଫାଶୀର 5 ବର୍ଷ ପରେ ପୁନର୍ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିଲା ସୁପ୍ରିମକୋର୍ଟ ।  4 ଦୋଷୀଙ୍କ ଫାଶୀରେ  ଖାଲି ନିର୍ଭୟାଙ୍କୁ ନ୍ୟାୟ ମିଳିନି ସାରା ଦେଶର ଝିଅଙ୍କୁ ମିଳିଛି ନ୍ୟାୟ  ବୋଲି ଦେଶବାସୀ ନାରା ଲଗାଇଛନ୍ତି । ଏନେଇ ଏକ ଖୁସିର ମାହୋଲ ଖେଳିଯାଇଛି ସାରା ଦେଶରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top