ଅପରାଧ

ତିହାର ଜେଲ୍‌ରେ ୪ ଦୁଷ୍କର୍ମକାରୀଙ୍କ ଫାଶୀ ଖୁଣ୍ଟ ପ୍ରସ୍ତୁତ

FASI

ନୂଆଦିଲ୍ଲୀ: 2012ରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦିଲ୍ଳୀର ପଟିୟାଲା ହାଉସ୍‌ କୋର୍ଟ ଆଜି 4 ଦୁଷ୍କର୍ମକାରୀଙ୍କ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି ।  ଏହି 4 ଅଭିଯୁକ୍ତଙ୍କୁ 22 ଜାନୁଆରୀର ସକାଳ 7ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ।  ତେବେ ଏହି ରାୟ ପ୍ରକାଶ ପୂର୍ବରୁ  ପଟିୟାଲା ହାଉସ୍‌ କୋର୍ଟର ଜଜ୍‌  ଭିଡିଓ କନଫରେନ୍ସ ମାଧ୍ୟମରେ  4ଦୋଷୀଙ୍କ ସହ ଆଲୋଚନା କରିଥିଲେ ।

କେମିତି ଦିଆଯାଏ ଫାଶୀ- ଫାଶୀ ଦେବା ପୂର୍ବରୁ ଘାତକ କାଳଖୁଣ୍ଟ, ପୁଲି, ତଳ ପ୍ଲେଟ ଆଦି ପରୀକ୍ଷା କରିଥାନ୍ତି । କଏଦୀର ତିନିଗୁଣା ଓଜନର ବାଲି ବସ୍ତା ନେଇ ଦଉଡିକୁ ପରୀକ୍ଷା କରାଯାଏ ।

  1. ବାଉଁଶ ଦୌଡିରେ ଲହୁଣୀ ଓ ପାଚିଲା କଦଳୀ ଘସି ପୁରା ଚିକ୍କଣ କରାଯାଇଥାଏ ।
  2. କଏଦୀଙ୍କୁ ଫାଶୀ ଦେବା ପୂର୍ବରୁ ପ୍ରଥମେ ମକଡ୍ରିଲ କରାଯାଇଥାଏ ।
  3. କିଏ କିଏ ରହିବେ ଏବଂ କିଏ କେଉଁଠି ଠିଆ ହେବେ ତାହା ମକଡ୍ରିଲରେ ସୂଚନା ଦିଆଯାଏ ।
  4. ଯେଉଁ ଦିନ ଫାଶୀ ଦେବାକୁ କୋର୍ଟ ନିର୍ଦେଶ ଦେଇଥିବେ, ସେ ଦିନ ଦୋଷୀଙ୍କୁ 5ଟା ପୂର୍ବରୁ ଉଠାଇ ଗାଧୋଇବାକୁ କୁହାଯାଏ ।
  5. ଗାଧୋଇବା ପରେ ତାଙ୍କୁ ନୂଆ କଏଦୀ ଡ୍ରେସ ପନ୍ଧିଯାଏ ।
  6. ମାଜିଷ୍ଟ୍ରେଟ, ଜେଲର, ଡାକ୍ତର ଓ ଅନ୍ୟପଦାଧିକାରୀଙ୍କ ଉପସ୍ଥିତିରେ ଶେଷ ଇଚ୍ଛା ପଚରାଯାଏ ।
  7. ଯାହା ଖାଇବାକୁ କୁହେ, ତାହା ମଧ୍ୟ ସଂଗେସଂଗେ ଖାଇବାକୁ ଦିଆଯାଏ ।

      8. ଖାଇସାରିବା ପରେ ମୁହଁରେ କଳା କପଡା ପକାଇ ନିଆଯାଏ କାଳକୋଠରୀକୁ

      9.ସାଙ୍ଗରେ ଯାଆନ୍ତି ଜେଲର, ସୁରକ୍ଷା କର୍ମୀ ଓ ୱାର୍ଡର

  1. ସେଠାରେ ମାଜିଷ୍ଟ୍ରେଟ, ଡାକ୍ତର, ଜେଲର, ଜେଲ ଆଇନ ପରାମର୍ଶଦାତା, ଘାତକ ପ୍ରମୁଖ ଉପସ୍ଥିତ ରୁହନ୍ତି
  2. ଦୋଷୀମାନଙ୍କୁ ନେଇ କାଳଖୁଣ୍ଟ ମଝିରେ ଥିବା ଲୁହା ପ୍ଲେଟ ଉପରେ ଠିଆ କରାଯାଏ
  3. ପରେ ତା ହାତ ଓ ଗୋଡ ବାନ୍ଧି ଦିଆଯାଏ ।
  1. ବେକରେ ମଧ୍ୟ ରସି ବନ୍ଧା ଯାଇଥାଏ ।
  2. ସଂକେତ ପାଇବା ମାତ୍ରେ ଘାତକ ଲୁହା ହ୍ୟାଣ୍ଡେଲକୁ ଦବାଇ ଦିଏ ।
  3. ପୁଲି ଟାଣିବା ପରେ କଏଦୀର ଗୋଡତଳୁ ଲୁହା ପ୍ଲେଟଟି ଖସିପଡେ ଏବଂ ସେ ଝୁଲିଯାଏ ।
  1. କିଛି ସମୟ ଝୁଲି ରହିବା ପରେ ତାହାକୁ ଛାଡିଦିଆଯାଏ ।

ଏହା ପରେ ଉପସ୍ଥିତ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥାନ୍ତି । ତା ପରେ ତାଙ୍କର ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥାନ୍ତି । ଯଦି କୌଣସି ଲୋକ ମୃତ ଦେହ ନ ନିଅନ୍ତି, ତେବେ ଜେଲ କର୍ତ୍ତୃପକ୍ଷ ତାଙ୍କର ଶବ ସଂସ୍କାର କରିଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top