ଅପରାଧ

ବିନୟର ପିଟିସନ୍‌ ଖାରଜ କଲେ କୋର୍ଟ, କହିଲେ ମାନସିକ ଚିନ୍ତା ରହିବା ସାମାନ୍ୟ କଥା

Patiala-House-Courts

ନୂଆଦିଲ୍ଲୀ: ବିନୟର ପିଟିସନ୍‌କୁ ଖାରଜ କଲେ କୋର୍ଟ । ବିନୟକୁ କୌଣସି ଉଚ୍ଚସ୍ତରୀୟ ଚିକିତ୍ସା ଆବଶ୍ୟକ ନାହିଁ, କହିଲେ କୋର୍ଟ । ଫାଶୀ ପାଇବାକୁ ଯାଉଥିବା ଦୋଷୀର ମାନସିକ ସ୍ଥିତି ସାମାନ୍ୟ ଖରାପ ରହିବା ସ୍ୱଭାବିକ୍‌ କଥା ବୋଲି କହିଛନ୍ତି କୋର୍ଟ୍‌ । ଏହା ସହ କୋର୍ଟ ଆହୁରି କହିଛନ୍ତି ଯେ, ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମନସ୍ତତ୍ୱବିତ୍‌ଙ୍କ ଦ୍ୱାରା ଦୋଷୀଙ୍କର ଚିକିତ୍ସା କରାଯାଇପାରିବ । ତେଣୁ ଜେଲ ବାହାରକୁ ଆସିବାର କୌଣସି ଆବଶ୍ୟକତା ନାହିଁ ।

ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀ ବିନୟ ଫାଶିକୁ ବିଳମ୍ବିତ କରିବା ପାଇଁ ପଟିଆଲା ହାଉସ କୋର୍ଟରେ ମାନସିକ ଅସୁସ୍ଥତା ଥିବା ନେଇ ଆବେଦନ କରିଥିଲା । ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ସୂଚନା ଅନୁସାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ମାନସିକ ରୂପେ ଅସୁସ୍ଥ ଥିବା ଏବଂ ସିଜୋଫେନିଆ ରୋଗରେ ଆକ୍ରାନ୍ତ ରହିଥିବା ନେଇ ଓକିଲ ଏପି ସିଂ କୋର୍ଟଙ୍କୁ ଜଣାଇବା ସହ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ ‘ଇନଷ୍ଟୁଚନ୍ ଅଫ ହ୍ୟୁମାନ ବିହେଭିୟର ଆଣ୍ଡ ଆଲାଏଡ୍ ସାଇନ୍ସ’ ହସ୍ପିଟାଲରେ ଭର୍ତ୍ତି କରିବାକୁ ପିଟିସନ୍‌ ଦାଖଲ କରିଥିଲେ ।

ଆସନ୍ତା ମାର୍ଚ୍ଚ ୩ ତାରିଖରେ ଦୋଷୀମାନଙ୍କୁ ସମୁହ ଫାଶୀ ଦେବା ଲାଗି କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିସାରିଛନ୍ତି । ତେଣୁ ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top