ଅପରାଧ

ନିର୍ଭୟା ମାମଲା: ଅଭିଯୁକ୍ତ ବିନୟର ଆବେଦନ ଖାରଜ୍ କଲେ ସୁପ୍ରିମକୋର୍ଟ, କହିଲେ ଦୋଷୀ ସମ୍ପୂର୍ଣ୍ଣ ସୁସ୍ଥ ଅଛି…

ନୂଆଦିଲ୍ଲୀ: ବିନୟ ଶର୍ମାର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଅଭିଯୁକ୍ତ ବିନୟ ଫାଶୀ ଦଣ୍ଡରୁ ବଞ୍ଚିବା  ପାଇଁ ପ୍ରଥମେ ରାଜକ୍ଷମା ଆବେଦନ କରିଥିଲା । ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଏହି ଆବେଦନକୁ ଚ୍ୟାଲେଞ୍ଚ କରି ସେ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଥିଲା । ଏହି ପିଟିସନ୍‌କୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ଶୁଣାଣି ବେଳେ ବିନୟ ଶର୍ମାର ଓକିଲ ଏପି ସିଂହ ନିଜର ପକ୍ଷ ରଖି କହିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟର ମାନସିକ ସ୍ଥିତିକୁ ଦୃଷ୍ଟିରେ ନ ରଖି, ତା’ର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି। ଏବେ ବିନୟର ମାନସିକ ସ୍ଥିତି ଠିକ ନଥିବାରୁ ତା’କୁ ଫାଶୀ ଦଣ୍ଡରୁ ରକ୍ଷା କରାଯିବା ଉଚିତ ବୋଲି ସେ କହିଥିଲେ। କିନ୍ତୁ କୋର୍ଟ ମେଡିକାଲ ରିପୋର୍ଟ ଦେଖି କହିଥିଲେ ଯେ, ଦୋଷୀ ବିନୟର ମାନଶିକ ଅବସ୍ଥା ଠିକ୍‌ ଅଛି ଏବଂ ତାର ଶାରିରୀକ ଅବସ୍ଥା ମଧ୍ୟ ଠିକ୍‌ ଅଛି ବୋଲି କୋର୍ଟ ସଫା ସଫା ଶୁଣାଇଦେଇଥିଲେ ।

ପୂର୍ବରୁ ଅନ୍ୟତମ ଦୋଷୀ ମୁକେଶ ଓ ଅକ୍ଷୟର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏବେ କେବଳ ଅଭିଯୁକ୍ତ ପବନ ଗୁପ୍ତା ପାଖରେ ଉଭୟ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନର ବିକଳ୍ପ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top