ଅପରାଧ

ନିର୍ଭୟା ଦୋଷୀଙ୍କ ଫାଶୀ ହୋଇପାରେ ବିଳମ୍ବ…

nirbhaya

ଅର୍ଗସ ବ୍ୟୁରୋ: ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ହୋଇପାରେ । କାରଣ ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ପରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କ ଫାଶୀ ତାରିଖ ନେଇ ସନ୍ଦେହ ସୃଷ୍ଟି ହୋଇଛି । ନିୟମ ଅନୁଯାୟୀ ଯଦି ଜଣେ ଅପରାଧୀ ଶେଷ ମୁହୁର୍ତ୍ତରେ ରାଜକ୍ଷମା ଆବେଦନ କରେ ତେବେ ତାଙ୍କର ଆବେଦନ ଖାରଜ ହେଲେ ମଧ୍ୟ ଦୋଷୀଙ୍କୁ 14 ଦିନ ସମୟ ମିଳିଥାଏ । ତେଣୁ ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 4 ଜଣଙ୍କ ମଧ୍ୟରୁ କେବଳ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଛି । ଅନ୍ୟ ତିନି ଜଣ କରିନାହାଁନ୍ତି । ରାଜକ୍ଷମା ଆବେଦନ ଖାରଜ ହେବ ବୋଲି ଆଇନଜୀବୀମାନେ ଜାଣିଥିଲେ ମଧ୍ୟ ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ନିୟମର ଉପଯୋଗ କରୁଛନ୍ତି । ଆବଶ୍ୟକ ପଡିଲେ ସେମାନେ ଜଣଙ୍କ ପରେ ଜଣେ ମର୍ସି ପିଟିସନ କରିବେ, ଏବଂ ସେହି ଅନୁସାରେ ତାରିଖ ଘୁଞ୍ଚି ଘୁଞ୍ଚି ଯିବାର ସମ୍ଭାବନା ରହିଛି । ତେଣୁ ଆବଶ୍ୟକ ପଡିଲେ ସେମାନଙ୍କର ଫାଶୀ ଦଣ୍ଡାଦେଶ ଆହୁରି ଦୁଇମାସ କିମ୍ବା ତାଠାରୁ ଅଧକ ସମୟ ଗଡିଯାଇ ପାରେ ବୋଲି କହିଛନ୍ତି ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ।

ତେବେ ଏହାକୁ ନେଇ ନିର୍ଭୟାଙ୍କ ବାପା ମାଆ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଇନ କେବଳ ଦୋଷୀଙ୍କ ପାଇଁ ରହିଛି । ପୀଡିତଙ୍କ ପାଇଁ କୌଣସି ଆଇନ ନାହିଁ । ଝିଅ ଚାଲିଗଲା । ତାକୁ ଆଉ କେହି ଫେରାଇ ଆଣିବେ ନାହିଁ । ଦୋଷୀମାନେ ଜେଲରେ ରହିଛନ୍ତି । ପ୍ରକୃତରେ ଦଣ୍ଡ ପାଉଛୁ ଆମେ । ଆମ ଆଇନରେ ଏପରି ବ୍ୟବସ୍ଥା ରହିଛି ଯେ ଆମେ ଅଖିଆ ଅପିଆ ଏ କୋର୍ଟରୁ ସେ କୋର୍ଟ ଧାଇଁ ଧାଇଁ ଦୀର୍ଘ ସାତ ବର୍ଷ ହେଲା ନୟାନ୍ତ ହୋଇଗଲୁଣି । ଆମ ସାମ୍ବିଧାନିକ ବିଧିବ୍ୟବସ୍ଥାରେ ଥିବା ଆଇନ କେବଳ ଦୋଷୀଙ୍କ ପାଇଁ, ପୀଡିତଙ୍କ ପାଇଁ ନୁହେଁ ବୋଲି ବାରମ୍ବାର ଦୋହରାଇଛନ୍ତି ନିର୍ଭୟାଙ୍କ ମାଆ ।

ଏବେ ଦିଲ୍ଲୀ ହାଇକୋର୍ଟ ମୁକେଶର ଆବେଦନକୁ ଖାରଜ କରିବା ପରେ ପଟିଆଲା ହାଉସ କୋର୍ଟକୁ ଯାଇଥିଲେ ପ୍ରତିପକ୍ଷ ଓକିଲ । ଅପରପକ୍ଷେ ପଟିଆଲା କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ ଅପରାଧୀ, ତାଙ୍କ ସଂପର୍କୀୟ ଓ ପ୍ରତିପକ୍ଷ ଓକିଲଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଯାହା ଯାହା ବିଧିବ୍ୟବସ୍ଥା ରହିଛି ସେଗୁଡିକ ହାସଲ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ଏନେଇ ଜେଲ କର୍ତ୍ତୃପକ୍ଷ ମଧ୍ୟ ରାଜକ୍ଷମା ଆବେଦନ ପାଇଁ ନୋଟିସ ଦେଇଥିଲେ । ମାତ୍ର ସେ ନୋଟିସ୍‌ ପିରିୟଡ଼ ମଧ୍ୟରେ ରାଜକ୍ଷମା ପାଇଁ ଆବେଦନ ନ କରି କ୍ୟୁରେଟିଭ୍‌ ପିଟିସନ ଦାଖଲ କରି କେବଳ ସମୟ ଗଡାଇବାକୁ ପ୍ରତିପକ୍ଷ ଉଦ୍ୟମ କରୁଛନ୍ତି ବୋଲି ନିର୍ଭୟାଙ୍କ ମାଆ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top